ଡାକ ଘରେ ମିଳୁଛି ଜାତୀୟ ପତାକା
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ମୁଖ୍ୟ ଡାକଘରେ ସ୍ୱାଧୀନତାର ୭୫ ତମ ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ‘ହର ଘର ମେ ତ୍ରିରଙ୍ଗା’ କାର୍ଯ୍ୟକ୍ରମକୁ ସଫଳ କରିବା ଉଦେଶ୍ୟରେ କମ ମୂଲ୍ୟରେ ଜାତୀୟ ପତାକା ବିକ୍ରୟ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଫୁଲବାଣୀ ମ୍ୟୁନିସିପାଲିଟି ପୌରାଧ୍ୟାକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଆଜିଠାରୁ ପ୍ରତ୍ୟେକ ଡାକଘରେ ମାତ୍ର ୨୫ ଟଙ୍କା ମୂଲ୍ୟରେ ମିଳିବ ବୋଲି ଡାକ ବିଭାଗ ମଣ୍ଡଳ ଅଧିକ୍ଷକ ସୁଧାଂଶୁ ଶେଖର ପାଢ଼ୀ କହିଛନ୍ତି। ଉଦଘାଟନୀ ଉତ୍ସବରେ ସମସ୍ତ ଡାକ ବିଭାଗ ଅଧିକାରୀ, କର୍ମଚାରୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।