ବ୍ୟାଡମିଣ୍ଟନ ଭିତ୍ତିଭୂମି ପାଇଁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକରେ ବ୍ୟାଡମିଣ୍ଟନ କ୍ରୀଡ଼ାର ବିକାଶ ପାଇଁ କୌଣସି ଭିତ୍ତିଭୂମି ନଥିବା ବେଳେ ଏଠାରେ କିନ୍ତୁ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେଉଛି । ଖଜୁରୀପଡା ବ୍ଲକରେ ଦୂତିମେଣ୍ଡି ଦଳପଡା ଆର.ନୂଆଁଗାଁ ଖଜୁରୀପଡା ଅରାପାଜୁ ଏବଂ ବିଭିନ୍ନ ଗ୍ରାମପଞ୍ଚାୟତରେ ଅନେକ ବ୍ୟାଡମିଣ୍ଟନ ଖେଳାଳି ଭରପୁର ରହିଥିବା ବେଳେ ବିଭିନ୍ନ ସମୟରେ ଏଣେତେଣେ ପଡିଆରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଅନେକ ସମୟରେ ଗ୍ରାମାଞ୍ଚଳରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ସରକାରୀ ଅଧିକାରୀ ରାଜନୈତିକ ବ୍ୟକ୍ତିବିଶେଷ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିବାସହ ବ୍ୟାଡମିଣ୍ଟନ କ୍ରୀଡ଼ାର ବିକାଶ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି ।କିନ୍ତୁ ଏଯାଏଁ ସରକାରୀ ଭାବେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା କାରଣରୁ ବ୍ଲକ ବ୍ୟାଡମିଣ୍ଟନ ସଂଘ ତରଫରୁ ଖଜୁରୀପଡା ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବୀନ୍ଦ୍ରନାଥ କହଁରଙ୍କୁ ସାକ୍ଷାତ ଆଲୋଚନା ପରେ ଏକ ଲିଖିତ ଦରଖାସ୍ତ ପ୍ରଦାନ କରିଛନ୍ତି । ସଂଘ ସଭାପତି ପ୍ରଶାନ୍ତ କୁମାର ସାହୁ,ଉପସଭାପତି ଦୀପ୍ତି ରଞ୍ଜନ ମଲିକ,ସରୋଜ କୁମାର କହଁର, ସୁଜିତ କୁମାର କହଁର, ତାପସ ଦଣ୍ଡିଆ, ଆକାଶ କୁମାର ଦାସ, କିରଣ କୁମାର ବେହେରା, ଲାଟନ କୁମାର ବେହେରା, ସରୋଜ କୁମାର ବେହେରା, ମଧୂସୂଦନ ବେହେରା, ବିନାୟକ ବେହେରା, ସନ୍ତୋଷ କୁମାର ବେହେରା, ଅମରେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କହଁର କ୍ରୀଡାର ବିକାଶ ପାଇଁ କୌଣସି ଏକ ଉପଯୁକ୍ତ ସ୍ଥାନ ଚିହ୍ନଟ ସହ ଭିତିଭୂମି ପାଇଁ ଉଦ୍ୟମ କରାଯିବ ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ