ଅସଲି ଲୁଗା ସଫା ପାଉଡର ନାମରେ ନକଲି ବେପାର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତର ଦୁର୍ଗମ ଗ୍ରାମ ଗବାଟବାଡ଼ି ଅଞ୍ଚଳରେ କେତେକ ଅଜଣା ବ୍ୟକ୍ତି ଲୋକଙ୍କୁ ଲୁଗାସଫା ପାଉଡର ବିକ୍ରି କରୁଥିଲେ। ୪କେଜି ପାଉଡରକୁ ମାତ୍ର ୧ଶହ ଟଙ୍କାରେ ବିକ୍ରି କରୁଥିଲେ। ହେଲେ ଉକ୍ତ ପାଉଡର ନକଲି ବୋଲି ଜଣାପଡ଼ିଥିଲା। ଗୁରୁବାର ପୁନର୍ବାର ଉକ୍ତ ବ୍ୟବସାୟୀ ଗବାଟବାଡ଼ିରେ ପାଉଡର ବିକ୍ରି ପାଇଁ ଆସିଥିବା ବେଳେ ଗ୍ରାମବାସୀ ତାଙ୍କୁ ଅଟକ ରଖି ପରିଚୟପତ୍ର ମାଗିଥିଲେ। ସେମାନେ କୌଣସି ପରିଚୟପତ୍ର ଦେଖାଇପାରି ନ ଥିଲେ। କିଏ ଗୁଜୁରାଟରୁ ଆସିଛି ତ ଆଉ କିଏ ଉତ୍ତରପ୍ରଦେଶ ତ ଆଉ କିଏ ମଧ୍ୟପ୍ରଦେଶରୁ ଆସିଛନ୍ତି ବୋଲି କହିଥିଲେ। ସନ୍ଦେହ ହେବାରୁ ବ୍ୟବସାୟୀଙ୍କୁ ଅଟକାଇ ଲୋକେ ଦାରିଙ୍ଗବାଡ଼ି ଥାନାରେ ଜିମା ଦେଇଛନ୍ତି। ଲୋକଙ୍କ ଠାରୁ ପାଉଡର ଫେରାଇ ଆଣିବା ସହ ଟଙ୍କା ଫେରାଇ ଦେବାକୁ ପୋଲିସ ସେମାନଙ୍କୁ ନିର୍ଦ୍ଦେଶ ଦେଇଛି। ସେମାନେ କେଉଁଠାରେ ରହୁଛନ୍ତି ଓ ସେମାନଙ୍କ ଘର କେଉଁଠି ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ