ପ୍ରବାସୀ ଓଡ଼ିଆ ସୃଜନ ସାହିତ୍ୟ ଆଲୋଚନା ଓ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଲଣ୍ଡନ ପ୍ରବାସୀ ଓଡ଼ିଆ ଡାକ୍ତର ନୀଳ ମାଧବ କରଙ୍କ ସୃଜନ ସାହିତ୍ୟ ଆଲୋଚନା କରାଯିବା ସହଓ ଯୁବ ଉଦ୍ୟୋଗୀ ଆଦିତ୍ୟ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଡାକ୍ତର କର ଅନୁଷ୍ଠାନକୁ ନିମନ୍ତ୍ରିତ ହୋଇ ଆସିଥିବା ବେଳେ ସୃଜନ ସାହତ୍ୟ ସମ୍ପର୍କରେ ନିଜ ଅନୁଭୂତି ପ୍ରକାଶ କରିଥିଲେ । ସୃଜନ ନାମକ ଦ୍ୱିଭାଷୀ ପତ୍ରିକା ନିୟମିତ ପ୍ରକାଶ କରୁଥିବାରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସେହିପରି ଅନୁଷ୍ଠାନ ପକ୍ଷରୁ ଯୁବ ଉଦ୍ୟୋଗୀ ଆଦିତ୍ୟ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଅନୁଷ୍ଠାନର ସଭାପତି ଅବସରପ୍ରାପ୍ତ ଆଇ.ଏ.ଏସ୍ ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ପ୍ରଫେସର ଶରତ ଚନ୍ଦ୍ର ରଥ ସୂଚନା ପ୍ରଦାନ କରିଥିଲେ । ଏଥିରେ ସଂପାଦକ ଡକ୍ଟର ରମେଶ ଚନ୍ଦ୍ର ପାଣି ସ୍ୱାଗି ଭାଷଣ ପ୍ରଦାନ କରିଥିବା ବେଳେ ଯୁଗ୍ମ ସମ୍ପାଦକ ଡକ୍ଟର ଦେବାଶିଷ ମହାପାତ୍ର ଧନ୍ୟବାଦ ଆର୍ପଣ କରିଥିଲେ । ଏଥିରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଭାଗିରଥୀ ମହାସୁଆର, ବିବେକାନନ୍ଦ ପାଣିଗ୍ରାହୀ, ନିର୍ମଳ ମହାପାତ୍ର, ଅମ୍ବରିଶ ଶତପଥି, ଶଶାଙ୍କ ଶେଖର ମହାନ୍ତି, ଜଗଦିଶ ମହାନ୍ତି, ରାଜ କିଶୋର ଦାସ, ବିନୋଦିନୀ ପାତ୍ର, ପ୍ରସନ୍ନ ମହାନ୍ତି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ