କରଞ୍ଜିଆ ବ୍ଲକ ବିଜୁଛାତ୍ର ଜନତାଦଳର ବୃକ୍ଷରୋପଣ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ବିଜୁଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ବିଜୁ ଜନତା ଦଳର ଦୀର୍ଘ ୨୫ ବର୍ଷର ଜୟ ଯାତ୍ରାକୁ ନେଇ ହେବାକୁଥିବା ରୌପ୍ୟ ଜୟନ୍ତୀ ପାଳନ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ବୃକ୍ଷରୋପଣ, ରକ୍ତଦାନ ଶିବିର ମାନ ଆୟୋଜିତ ହେଉଅଛି।ଏହିକ୍ରମ ରେ ମୟୁରଭଞ୍ଜ ୨ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅନିଶ ମାନ୍ନା ଙ୍କ ତତ୍ୱାବଧାନ ରେ କରଞ୍ଜିଆ ବ୍ଲକ ଛାତ୍ର ବିଜେଡି ସଭାପତି କମଳକୃଷ୍ଣ ମହାନ୍ତ (ବିକି )ଙ୍କ ନେତୃତ୍ୱ ରେ ବଡ଼ଗାଁ ପଞ୍ଚାୟତର ସରକାରୀ ପ୍ରାଧମିକ ବିଦ୍ୟାଳୟ,ବାଟଗୌଡ଼ଗାଁ ଓ ଦରି ପଞ୍ଚାୟତ ହାଇସ୍କୁଲ ପଡିଆ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନଶିକ୍ଷକସନୁମହାନ୍ତ,ଅଜିତକୁମାର ପାତ୍ର, ଶଙ୍କର ମହାନ୍ତ, ଇନ୍ଦ୍ରମଣି ନାଏକ, ପ୍ରମୋଦ ବେହେରା ପ୍ରମୁଖ ବୃକ୍ଷରୋପଣ ରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ