କାକଟପୁର ବିଡିଓ ନେଲେ ଅସ୍ତରଙ୍ଗ ବ୍ଲକ ଦାୟିତ୍ୱ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ବିଡ଼ିଓ ଡ଼. ବେବିତା ମଞ୍ଜରୀ ନାୟକ ଅଗଷ୍ଟ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଛୁଟିରେ ଯାଇଥିବା ବେଳେ ତାଙ୍କ ସ୍ଥାନରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କାକଟପୁର ବ୍ଲକର ବିଡ଼ିଓ ତୁଷାର ଜୋତି ରଞ୍ଜନ ଙ୍କୁ ଦାୟିତ୍ୱ ନିର୍ବାହ କରିବାକୁ ନିର୍ଦ୍ଧେଶ ପ୍ରଦାନ କରିଛନ୍ତି। ଶୁକ୍ରବାର ଅସ୍ତରଙ୍ଗ ବ୍ଲକ କାର୍ଯ୍ୟାଳୟ ରେ ବିଡିଓ ତୁଷାର ଜୋତି ରଞ୍ଜନ ପହଂଚିବା ପରେ ବ୍ଲକର ସମସ୍ତ କର୍ମଚାରୀ, ବ୍ଲକ ଅଧକ୍ଷା ଆରତୀ ନାୟକ,ବିଭିନ୍ନ ପଂଚାୟତ ସରପଞ୍ଚ ଓ ସମିତି ସଭ୍ୟା ଙ୍କ ସମେତ ଅସ୍ତରଙ୍ଗ ଗଣମାଧ୍ୟମ ସଙ୍ଘ ସଭାପତି ଆର୍ଯ୍ୟକୁମାର ବିଶ୍ୱାଳ, ଆର୍ତ୍ତତ୍ରାଣ ମହାନ୍ତି, ବିଜୟ ବେହେରା, ଟୁଲୁ ବେହେରା ଓ ପ୍ରକାଶ କୁମାର ବେହେରା ପ୍ରମୁଖ ନୂତନ ବିଡ଼ିଓ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ନୂତନ ବିଡ଼ିଓ ତୁଷାର ଜୋତି ରଞ୍ଜନ ଆନୁଷ୍ଠାନିକ ଭାବେ ବିଡିଓ ଦାୟିତ୍ବ ନେବା ପରେ ବ୍ଲକ କର୍ମଚାରୀ ଙ୍କ ସହ ବ୍ଲକ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କ ରେ ପଚାରି ବୁଝିଥିଲେ। ଶ୍ରୀ ତୁଷାର ଜ୍ୟୋତି ରଞ୍ଜନ ଉଭୟ କାକଟପୁର ଓ ଅସ୍ତରଙ୍ଗ ବ୍ଲକ ର ବିଡିଓ ଭାବେ କାର୍ଯ୍ୟ କରିବେ।


