ଗୋପାଳଗାଁ ସାବିତ୍ରୀ ନୋଡାଲ ହାଇସ୍କୁଲ ଆଲୁମିନି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) : ଗୋପାଳଗାଁ ସାବିତ୍ରୀ ନୋଡାଲ ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ନବଗଠିତ ଆଲୁମିନିର ପ୍ରଥମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଆଲୁମିନି ସଭାପତି ତଥା ଆଜିକାଲି ଖବରକାଗଜର ନିର୍ଦ୍ଦେଶକ ଲକ୍ଷ୍ମୀନାରାୟଣ ମହାନ୍ତି ଏଥିରେ ସଭାପତିତ୍ୱ କରିଥିଲେ । ରୂପାନ୍ତରୀଣ ୫-ଟି ଯୋଜନାରେ ଏହି ବିଦ୍ୟାଳୟ ସାମିଲ ହୋଇଥିବା ନେଇ ବୈଠକରେ ଉପସ୍ଥିତ ସଦସ୍ୟମାନେ ସନ୍ତୋଷ ପ୍ରକାଶ କରିଥିଲେ । ଏହାର କାର୍ଯ୍ୟକୁ ଆଗେଇ ନେବା ସାଙ୍ଗକୁ ବିଦ୍ୟାଳୟର ଉନ୍ନତି ପାଇଁ ଏହି ଆଲୁମିନି ସହ ଯୋଡ଼ିହେବା ଓ ସହଯୋଗର ହାତ ବଢ଼ାଇବା ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କୁ ଏହି ବୈଠକରେ ନିବେଦନ କରାଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିରେଖା ବେରା ଏଥିରେ ଯୋଗଦେଇ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିବା ସହିତ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ସଭାପତି ଶ୍ରୀ ମହାନ୍ତି ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଥିଲେ । ସଂଗଠନର ଉପ-ସଭାପତି ଅଜିତ କୁମାର ମହାନ୍ତି, ସମ୍ପାଦକ ଦର୍ପନାରାୟଣ ଦାସଙ୍କ ସମେତ ପୁରାତନ ଛାତ୍ର ତଥା ସ୍ଥାନୀୟ କାଉନସିଲର କାର୍ତ୍ତିକ ଚନ୍ଦ୍ର ସାହୁ, ଦେବଜିତ ମହାନ୍ତି, ପ୍ରଶାନ୍ତ କୁମାର ମହାନ୍ତି, ପ୍ରମୋଦ କୁମାର ମହାନ୍ତି, ଅନୁପ କୁମାର ଚାଟାର୍ଜୀ, ଲୁସି ଦାସପଟ୍ଟନାୟକ, ଦେବାନନ୍ଦ ରାଉତ, ବିବେକାନନ୍ଦ ରାଉତ, ବନଲକ୍ଷ୍ମୀ ମହାନ୍ତି, ହସିନା ବିବି ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସମ୍ପାଦକ ଦର୍ପନାରାୟଣ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


