ଗୋପ ବ୍ଲକ ସିମିଳି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ପୁରୀ ଜିଲ୍ଲା ଗୋପ ବ୍ଲକ ସିମିଳି ପଞ୍ଚାୟତ କାର୍ଯ୍ୟାଳୟରେ ପୁଣି ଜବରଦସ୍ତ ତାଲା ପକାଇଲେ ବିଜେଡ଼ି କର୍ମୀ। ଏନେଇ କୋଣାର୍କ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ସୂଚନା ମିଳିଛି। ସିମିଳି ପଞ୍ଚାୟତ ସରପଞ୍ଚ ବିଶ୍ୱଜିତ୍ ସ୍ଵାଇଁଙ୍କ ଅଭିଯୋଗ ମୁତାବକ ସେ କାର୍ଯ୍ୟାଳୟରେ ନଥିବା ବେଳେ କେତେକ ଲୋକେ ସଙ୍ଗବଦ୍ଦ ଭାବେ ଆସି କାର୍ଯ୍ୟାଳୟରେ ଥିବା କର୍ମଚାରୀ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ, ମାରଣାସ୍ତ୍ର ଦେଖାଇ ଧମକ ଦେଇଛନ୍ତି। ଏଥି ସହିତ କେତେକ ଜରୁରୀ କାଗଜପତ୍ର ଚିରିବା ସହିତ ନଷ୍ଟ କରିଛନ୍ତି। ସେମାନେ କାର୍ଯ୍ୟାଳୟ କୋଲପ ଭାଙ୍ଗି ଦବରଦଖଲ ନୂଆ କୋଲପ ପକାଇ ରଖିଛନ୍ତି। ଯାହା ଫଳରେ କାର୍ଯ୍ୟାଳୟ ଭିତରକୁ କର୍ମଚାରୀ ମାନେ ଯାଇ ପାରୁନାହାନ୍ତି କି କୌଣସି କାର୍ଯ୍ଯ ହୋଇପାରୁନି। ବୁଢ଼ାବୁଢ଼ୀ ବିଧବା ମାନେ ଭତା ମଧ୍ୟ ନେଇ ନପାରି ଫେରୁଛନ୍ତି। ପୂର୍ବରୁ ଏପରି କାଣ୍ଡ କରିଥିଲେ ମଧ୍ୟ ସେମାନେ ବିଜେଡ଼ି ଦଳର ଓ ଗୃହ ମନ୍ତ୍ରୀଂକ ଲୋକ ବୋଲି ପୋଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ତାଙ୍କର ମୁଁହ ବଢ଼ି ବଢ଼ି ଚାଲିଛି ବୋଲି ସରପଞ୍ଚ ଶ୍ରୀଯୁକ୍ତ ସ୍ଵାଇଁ ମନ୍ତବ୍ୟ ଦେଇଛନ୍ତି। ଅଭିଯୋଗ ପାଇ କୋଣାର୍କ ପୋଲିସ ପକ୍ଷରୁ ୧୬୪/୨୨ ରେ ଏକ ଅପରାଧିକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି। ଧାରା ୪୪୭, ୪୪୮, ୨୯୪, ୩୭୯, ୫୦୬ ଓ ୩୪ ରେ ବିଜେଡ଼ି ନେତା ବିଜୟ କୁମାର୍ ସେଠ, ଶରତ କୁମାର ବରାଳ, ରଜନୀ ସେଠ, ଦୁଷ୍ମନ୍ତ କୁମାର ବରାଳ, କୃଷ୍ଣ ମୋହନ ବାରିକ, ଲକ୍ଷ୍ମୀଧର ବାରିକ, ସନ୍ତୋଷ ବରାଳ, ବଟ କିଶୋର ସେଠଙ୍କ ସହ ଅନ୍ୟ ସହଯୋଗୀ ମାନଙ୍କ ନାମରେ କେସ ରୁଜୁ କରିଛି ପୋଲିସ। ସ୍ଥାନୀୟ ବିଧାୟକ ଗୃହମନ୍ତ୍ରୀ ହେବା ପରେ ବିଜେଡ଼ି କର୍ମକର୍ତ୍ତା ମାନେ ଆଉ ମଣିଷ ମାନୁ ନଥିବା କୋଣାର୍କ ଅଞ୍ଚଳରେ ଚର୍ଚ୍ଚା ପାଲଟିଛି। ନିକଟରେ ଜଣେ କାଉନସିଲର କୋଣାର୍କ ମେଡିକାଲ କାର୍ଯ୍ୟରତ ଡାକ୍ତର ଙ୍କୁ ମନ୍ତ୍ରୀଙ୍କୁ କହି ଚାକିରି ନେଇଯିବି ଧମକ ଦେବା କେସ ଚାଲିଛି। ଏହା ପରେ ସିମିଳି ପଞ୍ଚାୟତ ବିଜେଡ଼ି କର୍ମଚାରୀ ବାରମ୍ବାର ପଂଚାୟତ କାର୍ଯ୍ୟାଳୟ ବନ୍ଦ୍ କରି ଏହାର ପ୍ରମାଣ କରି ଦେଖାଉଛନ୍ତି ଯେ ସେମାନେ ଗୃହ ମନ୍ତ୍ରୀଂକ ଲୋକେ। ସେମାନଙ୍କ କୌଣସି ଅସୁବିଧା ହେବନି। ଏସବୁ ଘଟଣାକୁ କୋଣାର୍କ ଥାନା ନିକଟରେ ଥିବା ସାଂଗଠନିକ କାର୍ଯ୍ୟାଳୟ ପକ୍ଷରୁ ପ୍ରସୟ ଦିଆଯାଉଛି। ସେଠାରେ ବସି କେତେକ ନେତା ପୋଲିସ କାର୍ଯ୍ୟକୁ ଅଟକାଉଥିବା ଜନ ସାଧାରଣରେ ଚର୍ଚ୍ଚା ହେଉଛି। ଯଦି ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋଷୀଙ୍କୁ ଗିରଫ ନକରେ ତେବେ ପଞ୍ଚାୟତର ୫୦୦ରୁ ଉର୍ଦ୍ଧ ମହିଳା ଓ ପୁରୁଷ କୋଣାର୍କ ପୋଲିସ ଷ୍ଟେସନ ସମ୍ମୁଖରେ ଧାରଣାରେ ବସିବେ ବୋଲି ସରପଞ୍ଚ ବିଶ୍ୱଜିତ ସ୍ଵାଇଁ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ