ଗୋବରା ବ୍ରହ୍ମାକୁମାରୀ ତରଫରୁ ସ୍ଵାଧୀନତାର ଅମୃତ ମୋହତ୍ସବ ଓ ପବିତ୍ର ରକ୍ଷା ବନ୍ଧନ ପାଳିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ରବିବାର ଦିନ ଗୋବରା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ତରଫରୁ ସ୍ୱାଧୀନତାର ଅମୃତ ମୋହତ୍ସବ, କଳ୍ପତରୁ ଏବଂ ପବିତ୍ର ରକ୍ଷା ବନ୍ଧନ ମୋହତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,କେବି ପୁର ସମିତି ସଭ୍ୟ କୁଞ୍ଜବିହାରି ନାୟକ ଜିଲ୍ଲାପରିଷଦ ପୂର୍ଣ୍ଣବାସୀ ନାୟକ, ସରପଞ୍ଚ ସୁପ୍ରଭା ନାଇକ, ସମିତି ସଭ୍ୟ ବିଭୁପାଦ ଜେନା, ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଳ୍ପତରୁ ବୃକ୍ଷ ରୋପଣ ଉଦଘାଟନ କରିଥିଲେ ବିଧାୟକ ଶ୍ରୀ ସ୍ଵାଇଁ। ଉଦଘାଟନ ଅବସରରେ ବିଧାୟକ ବ୍ରହ୍ମାକୁମାରୀସ୍ ମୁଖ୍ୟାଳୟ ମାଉଣ୍ଟ ଆବୁ ରେ କିପରି ବିଶ୍ୱରେ ସୁଖ , ଶାନ୍ତି, ପବିତ୍ରତା ସ୍ଥାପନ କରିବାରେ ଚେଷ୍ଟା ଚାଲିଛି ବୋଲି ପ୍ରକାଶ କରିଥିଲେ । ବ୍ରହ୍ମାକୁମାରୀ ସଂସ୍ଥା କିପରି ସଂସ୍କାର ପରିବର୍ତ୍ତନ କରି ସଂସାର ପରିବର୍ତ୍ତନ କାର୍ଯ୍ୟରେ ଦ୍ରୁତ ଗତିରେ ଆଗେଇ ଚାଲିଥିବାରୁ ଏହି ସଂସ୍ଥାକୁ ଅତିଥି ମାନେ ପ୍ରଶଂସା କରିଥିଲେ। ଗୋବରା ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଯାଜ୍ଞସେନୀ ଭଉଣୀ ସମସ୍ତ ଅତିଥି ଏବଂ ଆଧ୍ୟାତ୍ମିକ ପ୍ରେମୀ ଭାଇ ଭଉଣୀ ମାନଙ୍କୁ ପବିତ୍ର ରକ୍ଷା ସୂତ୍ର ବାନ୍ଧିବା ସହ ପବିତ୍ର ରକ୍ଷା ବନ୍ଧନ ବିଷୟରେ ସୂଚନା ଦେଇଥିଲେ ଯେ ସ୍ଵୟଂ ଭଗବାନ ପରମାତ୍ମା ଶିବ ଆଜକୁ ୮୬ ବର୍ଷ ହେଲା ସୃଷ୍ଟିରେ ଅବତରଣ ହୋଇ ସମସ୍ତ ଆତ୍ମାମାନଙ୍କୁ ପବିତ୍ରତାରା ରକ୍ଷାସୂତ୍ର ବାନ୍ଧି ସମସ୍ତଙ୍କୁ ପାଵନ କରୁଛନ୍ତି। ବ୍ରହ୍ମାକୁମାର ଶିବରାମ ଭାଇ ସଂସ୍ତାର ପରିଚୟ ଦେଇଥିବା ବେଳେ ରାଜଯୋଗୀ ବ୍ରହ୍ମାକୁମାର ରାଜେନ୍ଦ୍ର ଭାଇ ମଞ୍ଚ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏବଂ କୁନି କୁନି ପିଲାମାନେ ଏକ ସୁନ୍ଦର ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୁତିକୃଷ୍ଣ ସାହୁ, ରାମକୃଷ୍ଣ ପାତ୍ର ରାଜୀବ ଲୋଚନ ନାୟକ, ରାମେଶ୍ୱର ରାଉତ ଓ ସୀମାଞ୍ଚଳ ବିଷୋୟୀ ପ୍ରମୁଖ ଜୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ସନ୍ତୋଷିନି ଭଉଣୀ, ମିତା ଭଉଣୀ, ସୁନିତା ଭଉଣୀ, ପ୍ରବିଣା ଭଉଣୀ, ସନ୍ଧ୍ୟା ଭଉଣୀ, ଓ ବ୍ରହ୍ମାକୁମାର କାହ୍ନା ଭାଇ, ବିଜୟ ଭାଇ, ଶିବରାମ ଭାଇ, ପ୍ରମୋଦ ଭାଇ ସହଯୋଗ କରିଥିଲେ।


