କେନ୍ଦ୍ରାପଡା କନିଷ୍ଠ ମହାବିଦ୍ୟାଳୟରେ ଫଳାଫଳ ୯୬.୫ପ୍ରତିଶତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):+୨ କଳା ପରୀକ୍ଷା ଫଳ ସୋମବାର ସନ୍ଧ୍ୟାରେ ପ୍ରାକାଶ ପାଇଛି । କେନ୍ଦ୍ରାପଡା କନିଷ୍ଠ ମହାବିଦ୍ୟାଳୟରେ ୯୬.୫ପ୍ରତିଶତ ଫଳାଫଳ ହୋଇଥିବା କଲେଜ ପକ୍ଷରୁ ସୂଚନା ମିଳିଛି । କେନ୍ଦ୍ରାପଡା କନିଷ୍ଠ ମହାବିଦ୍ୟାଳୟରେ ମୋଟ ୨୫୭ଜଣ ଛାତ୍ରଛାତ୍ରୀ +୨ କଳା ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪୮ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ୩ଜଣ ୯୦ପ୍ରତିଶତରୁ ଅଧିକ ମାର୍କ ରଖି ପାସ କରିଥିବା ବେଳେ ପ୍ରଥମ ଶ୍ରେଣୀରେ ୧୮୭ଜଣ, ଦ୍ୱିତୀୟ ଶ୍ରେଣୀରେ ୩୨ଜଣ ଓ ତୃତୀୟ ଶ୍ରେଣୀରେ ୨୯ଜଣ ପାସ କରିଛନ୍ତି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମର ରମେଶ ଚନ୍ଦ୍ର ଦାସ ଓ ନଳିନୀପ୍ରଭା ଦାସଙ୍କ ଝିଅ ଜ୍ୟୋତିମର୍ୟୀ ଦାସ ୫୫୧ନମ୍ବର(୯୧.୮୩ ପ୍ରତିଶତ) ରଖି କଲେଜ ଟପ୍ପର ହୋଇଥିବା ବେଳେ କୁଶିଆପାଳ ବାଲିପାଟଣା ଗ୍ରାମର ଧନେଶ୍ୱର ପୃଷ୍ଟି ଏବଂ ପୁଷ୍ପଲତା ପୃଷ୍ଟିଙ୍କ ଝିଅ ପ୍ରିୟଦର୍ଶିନୀ ପୃଷ୍ଟି ୫୪୮ ନମ୍ବର ( ୯୧.୩୩ ପ୍ରତିଶତ)ରଖି ଦ୍ୱିତୀୟ ଓ କେନ୍ଦ୍ରାପଡା ସହରର ବଡବାରଙ୍ଗ ଗ୍ରାମର ଖଗେଶ୍ୱର ବାଇ ଏବଂ ମମତା ବାଇଙ୍କ ଝିଅ ମଧୁସ୍ମିତା ବାଇ ୫୪୧ନମ୍ବର( ୯୦.୧୬ ପ୍ରତିଶତ) ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା, ଅଧ୍ୟାପକ ରଞ୍ଜିତ କୁମାର ଦାସ ପ୍ରମୁଖ କଲେଜ ଟପ୍ପର ହୋଇଥିବା ଛାତ୍ରୀଙ୍କ ସମେତ ସଫଳ ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଛା ଜଣାଇଛନ୍ତି ।