‘ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର’ ପୁସ୍ତକ ଉନ୍ମୋଚିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):‘ଦୁଃଖିନୀ କନିକା’ର ରଚୟିତା ସ୍ୱାଧୀନତା ସଂଗ୍ରାମୀ, ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ସ୍ମୃତି କମିଟି ପକ୍ଷରୁ “ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର” ପୁସ୍ତକକୁ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବୁଧବାର କେନ୍ଦ୍ରାପଡା ଟାଉନ ହଲ ପରିସରରେ ଉନ୍ମୋଚନ କରି କହିଥିଲେ ଯେ “ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନୀ ଓ ତାଙ୍କ ଜୀବନଚର୍ଯ୍ୟା ଦେଶର ପ୍ରତିଟି ଘରେ ଘରେ ପହଂଚିବା ଦରକାର । ଯାହା ଫଳରେ ଦେଶର ଅଗଣିତ ଜନତା ଦେଶ ପ୍ରେମରେ ଉଦ୍‌ବୁଦ୍ଧ ହୋଇପାରିବେ । ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ଥିଲେ ଜଣେ ନିର୍ଭୀକ ଲେଖକ ଓ ତ୍ୟାଗପୂତ ଜୀବନାଦର୍ଶନର ଏକ ଅନନ୍ୟ ଉଦାହରଣ” । ସଂଗ୍ରାମୀ ଆନନ୍ଦ ଚନ୍ଦ୍ରଙ୍କ ଜୀବନଗାଥା ଓ ତାଙ୍କ ଚର୍ଚ୍ଚିତ କବିତା “ଦୁଃଖିନୀ କନିକା” ଉପରେ ଆଲୋକପାତ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ ଯେ “ମହାତ୍ମା ଗାନ୍ଧୀଙ୍କ ସଂପାଦିତ ୟଙ୍ଗ ଇଣ୍ଡିଆର ଇଂରାଜୀ ଅନୁବାଦରେ ପ୍ରକାଶିତ ଏହି “ଦୁଃଖିନୀ କନିକା” ସେତେବେଳେ ସାରା ଭାରତ ବର୍ଷରେ ଚାଂଚଲ୍ୟ ସୃଷ୍ଟି କରିଥିଲା ।” ଘରେ ଘରେ ତ୍ରୀରଙ୍ଗା ଓ ଦେଶ ପ୍ରେମର ଅମୃତ ବାଣୀ ପହଂଚାଇବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି ଉତ୍ସବରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ କନିକା ପ୍ରଜା ଆନ୍ଦୋଳନରେ କାଳଜୟୀ ଭୂମିକା ଉପରେ ଆଲୋକପାତ କରି କହିଲେ “ଦୁଃଖିନୀ କନିକାକୁ ତତକାଳୀନ ଇଂରେଜ ସରକାର ବାଜ୍ୟାପ୍ତ କଲାପରେ ଏହାର ଇଂରାଜୀ ଅନୁବାଦ ପଢି ପଣ୍ଡିତ ମଦନ ମୋହନ ମାଲବ୍ୟ, ଲାଲ ଲଜପତ ରାୟ, ଆଚାର୍ଯ୍ୟ କୃପାଳିନୀ, ଚିତରଂଜନ ଦାସ, ଡଃ. ସବର କର ଓ ସ୍ୱୟଂ ଗାନ୍ଧିଜୀ ପ୍ରମୁଖ ନେତୃତ୍ୱମାନେ ହତବାକ ହୋଇ ଯାଇଥିଲେ । ଏହି ଭଳି ଏକ ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ଓ ଲେଖକଙ୍କ ପାଇଁ ଆମ କେନ୍ଦ୍ରାପଡା ମାଟି ଓ ଆମ୍ଭେମାନେ ଗୈାରବାନିତ୍ୱ” ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ । ଉତ୍ସବରେ ବିଶିଷ୍ଟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ସ୍ୱାଧୀନତା ସଂଗ୍ରାମରେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଯୋଗଦାନ ଓ କନିକା ରାଜାଙ୍କ ଅକ୍ରୋସର ଶିକାର ହୋଇ ନିର୍ଯ୍ୟାତିତ ହୋଇଥିବା ଘଟଣାବଳୀ ଉଲ୍ଲେଖ କରିଥିଲେ । ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ନିଳମଣୀ ସାମଲ ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ରର ପ୍ରକାଶକ ଓ ଗୁରୁଜୀ ଗ୍ରୁପର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଡଃ. ହୟଗ୍ରୀବ ହରେକୃଷ୍ଣ ଗୁରୁ ସ୍ୱାଧୀନତା ସଂଗ୍ରାମରେ କନିକା ପ୍ରଜା ଆନ୍ଦୋଳନ ଓ ବିପ୍ଳବୀ ଅନନ୍ଦ ଚନ୍ଦ୍ର ଜେନାଙ୍କ ଉପରେ ଆଲୋଚନା କରିଥିଲେ । ସ୍ମୃତି କମିଟି ଉପଦେଷ୍ଟା ସାମ୍ବାଦିକ ଅମ୍ବିକା ପ୍ରସାଦ ଦାସ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସ୍ମୃତି କମିଟିର ସଭାପତି କରୁଣାକର ଦାସ ସଭାପତିତ୍ୱ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଲେଖକ ନିରଞ୍ଜନ ମେକାପଙ୍କ ରଚିତ “ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର” ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ବିଶିଷ୍ଠ ବ୍ୟକ୍ତିମାନଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ । ପୂର୍ବତଟ ରେଳପଥର ବରିଷ୍ଠ ଜନ ସଂପର୍କ ଅଧିକାରୀ ତଥା କବି ନିରାକାର ଦାସ, ରାଜ୍ୟ ସ୍ୱାଧୀନତା ସଂଗ୍ରାମୀସଂଘର ସଭାପତି ନିଳମଣୀ ସାମଲ, ପୈାରାଧ୍ୟକ୍ଷା ସରିତା ସାହୁ, ବିପ୍ଳବୀଙ୍କ ଦାୟଦ ସଞ୍ଜୟ ଜେନା ପ୍ରଭୃତିଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ । ଦଶଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ସ୍ମୃତି କମିଟିର ସମ୍ପାଦକ ରମଣୀ ରଂଜନ ରାଉତରାୟ ସଭା ପରିଚାଳନା କରିଥିବା ବେଳେ ଚିତ୍ରଶିଳ୍ପୀ ସୈାମ୍ୟ ରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ରାଜ୍ୟପାଳଙ୍କୁ ବିପ୍ଳବୀଙ୍କ ଏକ ତୈଳଚିତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ଉପଦେଷ୍ଟା ପ୍ରଫେସର ନନ୍ଦ କିଶୋର ପରିଡା, ଡ. ବାସୁଦେବ ଦାସ, ଭଜକୃଷ୍ଣ ରାଉତ, ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ, ବ୍ଲକଅଧ୍ୟକ୍ଷା ରଶ୍ମିତା ସେଠୀ, ଜିଲ୍ଲା ପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି, ଲିଲିତା ଦାସ, ନିର୍ମଳା ମହାନ୍ତି, ରଶ୍ମିରଞ୍ଜନ ରାଉତ, ପୂର୍ବତନ ବିଧାୟିକା ଡ. ସିପ୍ରା ମଲିକ, ପୂର୍ବତନ ପୈାରାଧକ୍ଷା ରୋସନା ସାହୁ, ମାନସ ପରିଡା, ଆଶିଷ ସେନାପତି, ଅଜୟ ସାମଲ, ଗଗନ ବିହାରୀ ଜେନା, ଧିରେନ୍ଦ୍ର ଦାସ , ମନୋରଂଜନ ତ୍ରିପାଠୀ, ଶ୍ରୀଧର କୁମାର ମହାନ୍ତି, ଆଦିକନ୍ଦ ରାଉଳ, ଜାହିଦ ଖାଁ, ଶେଷଦେବ ଦାସ, ହାଡବନ୍ଧୁ ସିଂ, ଧିରେନ ସାହୁ, ପୈାରପରିଷଦର ସମସ୍ତ କାଉନସିଲର ଏବଂ କମିଟିର ସମସ୍ତ କର୍ମକର୍ତ୍ତର୍ା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ