ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରକ୍ଷା ବନ୍ଧନ ଅବସରରେ ଅଭିନନ୍ଦନ ଜଣାଇଲେ ରାଜ୍ୟବାସୀଙ୍କୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଗୁରୁବାର ଶ୍ରାବଣ ପୁର୍ଣିମା ତଥା ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ସାମାଜିକ ଗଣମାଧ୍ୟମ ଟ୍ୱିଟ୍‌ ଦ୍ୱାରା ରାଜ୍ୟର ସମସ୍ତ ଜନସାଧାରଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି, ଏଥିସହ ସେ ସମସ୍ତଙ୍କୁ ନିବେଦନ କରିବା ସହ ପରାମର୍ଶ ଦେଇଛନ୍ତି ଯେ କୋଭିଡ କଟକଣା ମାନି ରକ୍ଷା ବନ୍ଧନ ପାଳିବାକୁ । ମହାପ୍ରଭୁଙ୍କ ଅପାର କୃପାରୁ ସୁରକ୍ଷା ଓ ଭରସାର ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ସମ୍ପର୍କ ଅଧିକ ନିବିଡ଼ ହେଉ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟର ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ