ରାଇରଙ୍ଗପୁର ପିସିଏମ କଲ୍ୟାଣ ଭବନ ପରିସରରେ ଅମୃତ ମହୋତ୍ସବ ସମାରୋହ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ପଲ୍ଲୀରୁ ଦିଲ୍ଲୀ ସବୁଠି ଅମୃତ ମହୋତ୍ସବର ଆୟୋଜନ କରାଯାଇଛି ।ଏହି କାର୍ଯ୍ୟକ୍ରମ ଆଗାମୀ ୨୦୨୩ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଉତ୍ସବ ପ ରନ କରାଯିବାର ସ୍ଥିର କରାଯାଇଛି । ବିଭିନ୍ନ ବିଦ୍ୟାଳୟ, ଶିକ୍ଷା ଅନୁଷ୍ଠାନ, ବିଭିନ୍ନ ସରକାରୀ, ବେସରକାରୀ ଦପ୍ତର ମାନଙ୍କରେ ଏହି ଉତ୍ସବ ପାଳନ ଅବସରରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାରତ ଆଗାମୀ ଅଗଷ୍ଟ ୧୨ ତାରିଖରେ ସ୍ବାଧୀନତା ର ୧୦୦୦ ତମ ପୂର୍ଣ୍ଣିମା ଦେଖିବାକୁ ଯାଉଛି ଯାହା ଅତ୍ୟନ୍ତ ଶୁଭଦାୟକ ।ଶାସ୍ତ୍ର ଅନୁଯାୟୀ ଏହି ଦିନ ଭାରତ ବର୍ଷ ଅମୃତବେଳାରେ ପ୍ରବେଶ କରିବାକୁ ଯାଉଛି, ଯାହା ଅତ୍ୟନ୍ତ ଶୁଭଦାୟକ । ତେଣୁ ଏହାକୁ ସ୍ବାଧୀନତାର ଅମୃତ ମହୋତ୍ସବ ଭାବେ ଆଖ୍ୟା ଦିଆଯାଉଛି । ଏହାକୁ ନେଇ ସ୍ଥାନୀୟ ପୂର୍ଣଚନ୍ଦ୍ର ଭବନ ପରିସରରେ ଅମୃତ ମହୋତ୍ସବ ସମିତି, ରାଇରଙ୍ଗପୁର ଆନୁକୁଲ୍ୟରେ ସ୍ବତନ୍ତ୍ରତାର ଅମୃତ ମହୋତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସଂସ୍କୃତି ଗବେଷକ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ଗୋପାଳ ପ୍ରସାଦ ମହାପାତ୍ର , ମୁଖ୍ୟବକ୍ତା ଭାବେ ବହଳଦା କଲେଜର ଅବସରପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ହିମାଂଶୁ ଶେଖର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବାବେଳେ ବାଦାମବାଡ଼ି ନୋଡାଲ ରୂପି ସ୍କୁଲର ଛାତ୍ରଛାତ୍ରୀ ଏବଂ ଏକଲବ୍ୟ ବିଦ୍ୟାଳୟର ଛାତ୍ରମାନେ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ ।ଦେଶ ସ୍ବାଧୀନତା ହେବାର ୭୫ ବର୍ଷ ବିତିଯାଇଛି । ସ୍ବାଧୀନତା ସଂଗ୍ରାମୀଙ୍କ କଷ୍ଟଲବ୍ଧ ସଂଗ୍ରାମ,ତ୍ୟାଗ,ବଳିଦାନ ପାଇଁ ଆଜି ଆମେ ସ୍ବାଧୀନତାର ଅମୃତ ସେବନ କରୁଛୁ ।୭୫ ବର୍ଷ ମଧ୍ୟରେ ଦେଶ ଅନେକ ଘାତ ପ୍ରତିଘାତ ଦେଇ ଦେଶ ଆଗକୁ ନିରନ୍ତର ବଢ଼ି ଚାଲିଛି ।ଦେଶ ସାଂସ୍କୃତିକ, ଅର୍ଥନୈତିକ, କାରିଗରୀ, ବିଜ୍ଞାନ, ସୁରକ୍ଷା କ୍ଷେତ୍ରରେ ଆମ୍ଭେ ଆଜି ଆଗକୁ ପାଦ ବଢାଇ ବିଶ୍ବ ଦରବାରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସ୍ବାଧୀନତା ସଂଗ୍ରାମରେ ଆମେ କିଛି ସଂଗ୍ରାମୀଙ୍କୁ ମନେ ପକାଇଥିବା ବେଳେ ଅନେକ ସ୍ଵାଧୀନତା ସଂଗ୍ରାମୀ ଆମେ ଭୁଲି ଯାଇଛୁ । ସେମାନଙ୍କୁ ସେମାନଙ୍କ ତ୍ୟାଗ,ନିଷ୍ଠା ପାଇଁ ମନେ ପକାଇବା ଓ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧା ଦୀପଟିଏ ଜାଳିବା ଏହି ଅମୃତ ମହୋତ୍ସବର ଉଦେଶ୍ୟ ବୋଲି ଅତିଥଗଣ ଉପସ୍ଥିତ ଶତାଧିକ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ଛାତ୍ରଛାତ୍ରୀ,ଅଭିଭାବକମାନଙ୍କ ସମ୍ମୁଖରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ମହୋତ୍ସବ କମିଟି ସଦସ୍ୟ ସଂଜୟ ମହାନ୍ତ,ସୁରଥ ପଟ୍ଟନାୟକ,ବଳରାମ ବାରିକ, ନିଗମାନନ୍ଦ ପଟ୍ଟନାୟକ,ଭାଗବତ ମହାନ୍ତ,ବବିତା କଲିଆର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ