ବିଳମ୍ବିତ ରାତିରେ  ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁ ର ଜଣେ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ଏନେଇ କେ.ନୂଆଗାଁ ଥାନାରେ ଏତଲା ଦେବା ପରେ ଏତଲାକୁ ଭିତ୍ତିକରି ଅଭିଯୁକ୍ତ ଟୁନା ନାଇକ ଙ୍କୁ ପୋଲିସ ଗିରଫ କରିଥିଲେ। ଅଭିଯୁକ୍ତ ଏବଂ ପୀଡ଼ିତା ଙ୍କୁ ବୁଧବାର ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଡାକ୍ତରୀ ମାଇନା କରାଯାଇଥିଲା। ପରେ ଥାନା ମାମଲା ନଂ.୨୦୨/୨୨ ଦଫା -୨୯୪/୩୨୩/୩୭୬/୪୫୭/୫୦୬/୫୧୧ ଆଇ ପି ସି ଅନୁଯାୟୀ ଅଭିଯୁକ୍ତ ଙ୍କୁ ବୁଧବାର ଅପରାହ୍ନ ରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।ମହିଳା ଙ୍କ ସ୍ଵାମୀ ମୁମ୍ବାଇ ରେ କାମ କରୁଥିବା ବେଳେ ମହିଳା ଜଣକ ଘରେ ପିଲାଛୁଆ ଙ୍କୁ ନେଇ ଏକୁଟିଆ ରହୁଛନ୍ତି। ଏହାରି ସୁଯୋଗ ନେଇ ଅଭିଯୁକ୍ତ ଜଣକ ଗତ ଶୁକ୍ରବାର ବିଳମ୍ବିତ ରାତି ରେ ମହିଳା ଙ୍କ ଘରେ ପଶି ତାଙ୍କୁ ଟଣା ଓଟରା କରିଥିଲେ। ପରେ ତାଙ୍କୁ ମାଡ଼ ମାରିବା ସହ ଧମକ ଚମକ ଦେଇ ଦୁଷ୍କର୍ମ କରିଥିବା ଏତଲାରେ ଉଲ୍ଲେଖ ରହିଛି। ମହିଳା ଜଣକ ପାଟି କରିବାରୁ ସାହି ପଡୋଶୀ ଉଠି ପଡ଼ିବାରୁ ଅଭିଯୁକ୍ତ ଟୁନା ସେଠାରୁ ନିଜର ହାପପ୍ୟାଣ୍ଟ୍ ଛାଡ଼ି ଦୌଡ଼ି ପଳାଇଥିଲେ। ଏନେଇ ଗ୍ରାମ୍ୟ ସଭା କରାଯାଇଥିଲା। ଅଭିଯୁକ୍ତ ସଭାକୁ ଆସି ନଥିଲେ। ଗ୍ରାମ୍ୟ ସଭା ର ନିଷ୍ପତ୍ତି ଅନୁଯାୟୀ ମହିଳା ଜଣକ ଥାନାରେ ଏତଲା ଦେଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଆଇ ଆଇ ସି ମୃତ୍ୟୁଞ୍ଜୟ ସ୍ବାଇଁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ