ରାଧେ ଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର
ଛତ୍ରପୁର, (ଦେବଦତ୍ତ ମହାରଣା):ରକ୍ତ ଦାନ ଏକ ମହତ ଦାନ l ଏହି ମହାନ କାର୍ଯ୍ୟ କରିବା ନିମନ୍ତେ ଆଗେଇ ଆସିଛନ୍ତି ଜଣେ ଯୁବ କାଉନସିଲର ତଥା ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦେବାଶିଷ ମିଶ୍ର l ଅଂଚଳ ର ଲୋକଙ୍କୁ କିପରି ରକ୍ତ ଅଭାବ ନହେବ ସେଥିପାଇଁ ଉଦ୍ୟମ ଆରମ୍ଭ କରିଛି ଏହି ଅନୁଷ୍ଠାନ l ଟ୍ରଷ୍ଟ ର ଶୁଭାରମ୍ଭ ଓ ଆଜାଦୀ କୀ ଅମୃତ ମହୋତ୍ସବ ପାଳନ ଅବସରରେ ରାଧେ ଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ ଶିବ କୁମାର ରିଡିଙ୍ଗ ରୁମ ପରିସର ରେ ଅନୁଷ୍ଠିତ ହୋଇଥିଲା | ଫାଉଣ୍ଡେସନ ର ସଭାପତି ତଥା ଯୁବ କାଉନସିଲର ଦେବାଶିଷ ମିଶ୍ର ଙ୍କ ନେତୃତ୍ୱରେ ଆୟୋଜିତ ଶିବିର କୁ ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ପି. କେ. ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରିବନ କାଟି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, କାଉନସିଲର ପ୍ରୀତିଛନ୍ଦା ସାମଲ, କେ. ରମେଶ, ୟୁଥ ମାସ ସେବା ସଂଘ ର ସମ୍ପାଦକ ସୟଦ ମୁକ୍ତାର, ପୂର୍ବତନ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୂର୍ବତନ କାଉନସିଲର ବି. ରାଜୁବାବୁ, କିଶୋର ଚନ୍ଦ୍ର ସେନାପତି, ବରିଷ୍ଠ ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ,ରାଧେ ଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ସମ୍ପାଦକ ଝିଲି ବାଳା ରାଉତ, ଯୁଗ୍ମ ସମ୍ପାଦକ ଗୀତ ସାହୁ, ଅଶୋକ କୁମାର ପାଣି, ନଳନୀକାନ୍ତ ପାଣିଗ୍ରାହୀ, କେ. ନାଗେଶ୍ୱର ରାଓ,ଡି. ବଳରାମ ରେଡ୍ଡୀ,ଏନ. ଗିରିଧାର ରାଓ,କିଶୋର ବେହେରା, ସପନ ନାହାକଙ୍କ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ରାଜ୍ୟରେ ରକ୍ତ ଭାର ଦୁର କରିବା ସହ ରକ୍ତ ଅଭାବରୁ ଯେପରି କେହି ମୃତ୍ୟୁ ବରଣ ନକରିବେ ତେଣୁ ସମସ୍ତ ସ୍ଵେଛାକୃତ ଭାବେ ଆଗକୁ ଆସି ରକ୍ତଦାନ ଭଳି ଏକ ମହାନ କାର୍ଯ୍ୟରେ ଯୋଗଦେଇ ରକ୍ତ ଦେବା ଆବଶ୍ୟକ ବୋଲି ଅତିଥିମାନେ କହିଥିଲେ | ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ | ଏହି ଶିବିର ରେ 30 ୟୁନିଟ ରକ୍ତ ସଂଗୃହିତ ହୋଇଥିଲା |


