ଜନ୍ମ ଦିବସରେ ଅସହାୟଙ୍କୁ ଛତା ବଂଟନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମାଜସେବୀ ଦେବଦତ୍ତ ବାସୁଦେବ ମିଶ୍ରଙ୍କ୭୨ତମ ଜନ୍ମ ଦିବସ ଅବସରରେ ବମିଖାଲ କାର୍ଗିଲ ବସ୍ତିଠାରେ ଅସହାୟ ବ୍ୟକ୍ତିମାନଙ୍କୁ ଛତା ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ମହିମା ସେବା ଫାଉଣ୍ଡେସନ୍‌ର ସଭାପତି ନାରାୟଣ ଖୁଣ୍ଟିଆ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ମୁଖପାତ୍ର ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଉପସ୍ଥିତ ରହିବା ସହିତ ଅସହାୟଙ୍କ ସେବା ମାଧବ ସେବା ବୋଲି ମତ ବ୍ୟକ୍ତ କରିଥିଲେ । ଓଡ଼ିଶା ସଂସ୍କୃତି ପରମ୍ପରାର ପ୍ରତୀକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରୀଯୁକ୍ତ ମିଶ୍ରଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପ୍ରିୟବ୍ରତ ପରଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ