ମତ୍ସ୍ୟଜୀବି ଙ୍କ ପକ୍ଷରୁ ଜେଟି ନିକଟରେ ସ୍ୱାଧୀନତା ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ହର୍ ଘର ତ୍ରିରଙ୍ଗା” ଓ “ଅମୃତ ମହୋତ୍ସବ ପାଳନ ଆହ୍ଵାନ କ୍ରମେ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲ୍ଲା ମତ୍ସ୍ୟଜିବୀଙ୍କ ମିଳିତ ପ୍ରୟାସରେ ଗୋପାଳପୁର ବନ୍ଦର ପରିସରରେ ଥିବା ମତ୍ସ୍ୟ ଜେଟି ନିକଟରେ ୭୬ ତମ ସ୍ବାଧିନତା ଦିବସ ପାଳିତ ହୋଇ ଯାଇଛି । ଭାରତୀୟ ସ୍ଵାଧିନତା ସଂଗ୍ରାମର ମହତ୍ତ୍ଵ ଓ ଜାତୀୟତାବାଦର ଉତ୍କୃଷ୍ଟ ଦିଗଦର୍ଶନ ବିଷୟରେ ଆଲୋଚନା ସହ ଅମର ବୀର ମାନଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଉଦବୋଧନ ପ୍ରଦାନ କରାଯାଇଥିଲା । ଏଥି ସହ ମତ୍ସ୍ୟଜୀବିଙ୍କ ପ୍ରତ୍ୟେକ ଡଙ୍ଗାରେ ତ୍ରିରଙ୍ଗା ଲଗାଇବା ପାଇଁ ସ୍ବତନ୍ତ୍ର ଭାବେ ଆହ୍ବାନ କରାଯାଇଥିଲା । ଏହି ଅବସରରେ ଏମ. କାମାରଜୁ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ସାମୁହିକ ଭାବେ ଜାତୀୟ ସଙ୍ଗୀତ ଗାନ କରିବା ସହ ଦେଶର ମହାନତା ପ୍ରସଙ୍ଗରେ ବିବିଧ ଭଦ୍ର ବ୍ୟକ୍ତି ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ । ଏଥିରେ ପରିଚାଳକ ଏସ୍. ରାଜାରାଓ, ନାଗଲ. ଗୋପାଳ , ବି. ରାମାରାଓ , ଏନ୍. ଚିନେୟା, ଜି . ଜଗନ୍ନାଥ, ଏନ୍. ଦୀନବନ୍ଧୁ , ବି. ସୋମେୟା ,ବି . କ୍ରିଷ୍ଣା, ଏନ୍. ଏରାୟା , ସୋମେୟା , କାମେୟା ସହ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ରହି ଉକ୍ତ ପବିତ୍ର ଦିବସକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ