ଲଗାଣ ବର୍ଷା ପରେ ଘର ଭିତରେ ସୃଷ୍ଟି ହୋଇଛି ଝରଣା, ଆତଙ୍କିତ ଗ୍ରାମବାସୀ

ମୋହନା, (ଅଂଶୁମାନ ପଣ୍ଡା):ଲଗାଣ ବର୍ଷା ପରେ ଏବେ ପାହାଡ ତଳେ ବସବାସ କରୁଥିବା ଗାଁରେ ଘର ଓ ଦାଣ୍ଡରେ ଝରଣା ସୃଷ୍ଟି ହୋଇଛି । ଫଳରେ ଏବେ ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବକୁ ମିଳିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ତାବରଡ଼ା ଗାଁରେ । ଗତ ତିନି ଦିନ ଧରି ଲଗାଣ ବର୍ଷା ହେବା ପରେ ଏବେ ଗାଁର ସମସ୍ତ ଘର ଭିତରେ ଝର ସୃଷ୍ଟି ହେବା ସହ ପାଣି ଜମା ହେବାକୁ ଲାଗିଛି । ଗାଁର ଦାଣ୍ଡରେ ମଧ୍ୟ ବିଭିନ୍ନ ସ୍ଥାନରେ ଝରଣା ପାଣି ପରି ପାଣି ବହି ଯାଉଛି । ଘରର କାନ୍ଥ ଫାଟିବା ସହ ଦବିବାକୁ ବସିଲାଣି । ଫଳରେ ଗ୍ରାମବସୀ ଭୁସ୍ଖଳନ ଆଶଙ୍କା କରି ଭୟଭୀତ ଅଛନ୍ତି । ତୁରନ୍ତ ଗ୍ରାମାନସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଥଇଥାନ କରିବାକୁ ଗ୍ରାମବାସି ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ