କାଶୀନଗର ଠାରେ ଥିବା ଉଠା ଜଳସେଚନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପତାକା ଉଡ଼ିଲା ନାହିଁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜାଦୀ କା ଅମୃତ ମହୋତ୍ସବ ଚାରିଆଡେ ପାଳିତ ହେଲା, ହେଲେ କାଶୀନଗର ଉଠା ଜଳସେଚନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପତାକା ଉଡ଼ିଲା ନାହିଁ ।ପ୍ରକାଶ ଥାଉ କି ସେହିଦିନ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଓବେସରକାରୀ ଅନୁଷ୍ଠାନ ରେ ତ୍ରିରଙ୍ଗା ଉଡ଼ିଥିଲା । ହେଲେ ଆମ କାଶୀନଗର ଉଠା ଜଳସେଚନ କାର୍ଯ୍ୟାଳୟ ର ଯନ୍ତ୍ରୀ ବାବୁଙ୍କୁ ସମୟ ମିଳିଲା ନାହିଁ । ଆମର ଜଣେ ସାମ୍ବାଦିକ ବନ୍ଧୁ ବାବୁ ଙ୍କୁ ଫୋନ କରିବାରେ ମୋ ଦେହ ଅସୁସ୍ଥ ଓ ମୁଁ ଜଣେ ଅଛି, ଏଣୁ ମୁଁ ଯାଇ ପାରିଲି ନାହିଁ ବୋଲି ବଡ଼ ହାଲୁକା ଭାବେ କହିଦେଲେ । ଏଣୁ ବୁଦ୍ଧିଜୀବୀ ଓ ଗ୍ରାମ ବାସୀ ମାନେ ଏହି କଥାକୁ ଗୁରୁତର ଅପରାଧ ବୋଲି କହିଛନ୍ତି । ଏଣୁ ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ