ଜେସିବି ବ୍ୟାଟେରୀ ଚୋରୀ ଘଟଣାରେ ତିନି ଅଭିଯୁକ୍ତ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ୍ ବ୍ରାହ୍ମଣୀ ଗାଁ ଥାନା ପୋଲିସ୍ ଜେସିବି ବ୍ୟାଟେରି ଚୋରି କରିଥିବା ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ଅଞ୍ଚଳରେ କାର୍ଯ୍ୟ କରୁଥିବା ଅରୁଣ ଜେନାଙ୍କ ଜେସିବିରୁ ୨ଟି ବ୍ୟାଟେରୀ ଚୋରୀ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।ଉକ୍ତ ଘଟଣାର ତଦନ୍ତ କରି ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ନେତୃତ୍ୱରେ ଏସ୍ଆଇ ଅମରେନ୍ଦ୍ର ସୁବୁଦ୍ଧି ଓ ପୋଲିସ ବାହିନୀ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ମାନେ ଗଦାପୁର ଗ୍ରାମର ପିଣ୍ଟୁ ପାଇକ, ନୀଳଚକ୍ର ନାୟକ ଓ ସୋନୁପୁର ଗ୍ରାମର ଜଗା ବେହେରଦଳେଇ ବୋଲି ଜଣାପଡ଼ିଛି । ଏହି ଅଭିଯୁକ୍ତ ମାନଙ୍କ ନାମରେ ବ୍ରାହ୍ମଣୀଗାଁ ଥାନା କେସ୍ ନଂ ୭୨/୨୨ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ