ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଛତ୍ରପୁର ଆଂଚଳିକ ସମ୍ମିଳନୀ ସମାବେଶ

ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଛତ୍ରପୁର ଆଂଚଳିକ ସମ୍ମିଳନୀ ସମାବେଶ ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, ଏସ୍‌. ତ୍ରିନାଥ ରେଡ୍ଡୀ ଓ ରାଜେନ୍ଦ୍ର ନାହାକଙ୍କ ସଭାପତିତ୍ୱ ମଣ୍ଡଳୀରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜୋନାଲ୍ ସମ୍ପାଦକ ଏସ୍‌. କ୍ରିଷ୍ଣା ରେଡ୍ଡୀ ଜୋନ୍ ର ଚିଠା ସାଂଗଠନିକ ରିପୋର୍ଟ ପଠନ କରିବା ସହିତ ପାର୍ଟିର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ସହ ସମ୍ପାଦକ ନୀଳକଣ୍ଠ ଦାଶ, ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡୀ, ବରିଷ୍ଠ କମ୍ୟୁନିଷ୍ଠ ନେତା ଗୋକୁଳ ଚନ୍ଦ୍ର ପଣ୍ଡା, ରାଜୀବ ଲୋଚନ ପଣ୍ଡା, ଡି. ଆଦି ନାରାୟଣ ରେଡ୍ଡୀ, ସିମାଂଚଳ ସାହୁ, ଏନ୍‌. ଭାନୁମତି ରେଡ୍ଡୀ, ସରସ୍ୱତୀ ପ୍ରଧାନ, ଦୁର୍ଯ୍ୟୋଧନ ପରିଡା, ଲିଙ୍ଗରାଜ ନାହାକ , ପ୍ରଶାନ୍ତ ପଣ୍ଡା, କେ. ଦେବରାଜ ରେଡ୍ଡୀ, ଆଦିତ୍ୟ ମିଶ୍ର ଙ୍କ ସମେତ ବହୁ ଦଳୀୟ ଛାମୁଆ ନେତା ଓ କର୍ମୀ ମାନେ ଯୋଗ ଦେଇ ଦଳର ଆଭିମୁଖ୍ୟ ଉପରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ଦଳକୁ କିପରି ମଜବୁତ୍ କରାଯିବ ସେଥି ନିମନ୍ତେ ନିଜ ନିଜ ମତ ପ୍ରକାଶ କରିଥିଲେ । ଏହା ସହିତ ଅଂଚଳର ଚାଷୀ, ମୁଲିଆ, ଶ୍ରମିକ ମାନଙ୍କ ନିମନ୍ତେ ଦଳ କାର୍ଯ୍ୟ କରୁଥିବା ବେଳେ ଆଗାମୀ ଦିନରେ ଏଭଳି କାର୍ଯ୍ୟ ଜାରି ରଖିବା ନିମନ୍ତେ ବହୁ ବକ୍ତା ମାନେ ନିଜ ନିଜ ବକ୍ତବ୍ୟରେ କହିବା ସହ ଏଥି ନିମନ୍ତେ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତି କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମାରଣା ନିତୀକୁ ଦଳୀୟ ନେତା ଓ କର୍ମୀ ମାନେ ସମାଲୋଚନା କରିବା ସହ ଚାଷୀ, ମୁଲିଆ, ଖଟିଖିଆ ଶ୍ରମିକ ମାନଙ୍କ ବିଭିନ୍ନ ହକ୍ ନିମନ୍ତେ ଆଗାମୀ ଦିନରେ ଦଳ ପକ୍ଷରୁ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଏହି ସମ୍ମିଳନୀରେ ଆଲୋଚନା ହୋଇଥିଲା । ନୂତନ ଭାବେ ଛତ୍ରପୁର ଜୋନାଲ ସମ୍ପାଦକ ଭାବେ ଡ଼ି. ଆଦିନାରାୟଣ ରେଡ୍ଡୀ, ସହ -ସମ୍ପାଦକ ଭାବେ ଦୁର୍ଯ୍ୟୋଧନ ପରିଡା ଓ ରାଜେନ୍ଦ୍ର ନାହାକ, କୋଷାଧ୍ୟକ୍ଷ ଭାବେ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ ନିର୍ବାଚିତ ହୋଇଥିଲେ l ପ୍ରାରମ୍ଭ ରେ ଦଳୀୟ ପତାକା ରାଜୀବ ଲୋଚନ ପଣ୍ଡା ଉତ୍ତୋଳନ କରିବା ପରେ ସମ୍ମିଳନୀ କୁ ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର ଉଦଘାଟନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ