ନବୀନ ସୂର୍ଯ୍ୟ ମନ୍ଦିର ନିର୍ମାଣ ଓ ପୂଜାର୍ଚ୍ଚନା ପୁନଃ ପ୍ରଚଳନ ନେଇ ସମୀକ୍ଷା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସ୍ଥିତ ପାଗୋଡ଼ା ଇନ ହୋଟେଲ ପରିସରରେ ନୂତନ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ବିଦ୍ୟାଳୟ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର ପୁନଃ ପ୍ରଚଳନ ଓ ଚନ୍ଦ୍ରଭାଗା ସ୍ଥିତ ଛୋଟାରାମ ଦାସ ଙ୍କ ଆଶ୍ରମ ପଛପଟେ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣର ଅଗ୍ରଗତି ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ନୂତନ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ବିଦ୍ୟାଳୟର ସଭାପତି ମୁକେଶ ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସର୍ବ ଭାରତୀୟ ହିନ୍ଦୁ ମହାସଭାର ସଭାପତି ମୁନ୍ନା କୁମାର ଶର୍ମା ଓ ନୂତନ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ବିଦ୍ୟାଳୟର ପରିଚାଳକ ଯୁଧିଷ୍ଠିର ସ୍ବାଇଁ ପ୍ରମୁଖ ଯୋଗଦେଇ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟ ପୂଜା ନିଷେଧ କରାଯିବା ଦ୍ବାରା ହଜାର ହଜାର ସୌର ସାଧକ ଓ ସୂର୍ଯ୍ୟ ଉପାସକ ମାନଙ୍କ ମଧ୍ୟରେ ନୈରାଶ୍ୟ ଭାବନା ସୃଷ୍ଟି କରିଛି। କୋଣାର୍କ ଠାରେ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ଆଣିବା ସହ ଏହି କାର୍ଯ୍ୟ ପାଇଁ ୪ଶହ ଟନ ପଥର ଖୋଦିତ ହୋଇଥିବା ବେଳେ ସୂର୍ଯ୍ୟ ନାରାୟଣଙ୍କ ୨ଗୋଟି ମୂର୍ତ୍ତି, ୨୪ରଥ ମଧ୍ୟରୁ ୧୪ଟି ରଥ, ୭ଗୋଟି ଘୋଡା ମଧ୍ୟରୁ ୬ଗୋଟି ଘୋଡାର ନିର୍ମାଣ କାର୍ଯ୍ୟ ରାଜସ୍ଥାନରେ ସଂପ୍ନନ ହୋଇଛି ବୋଲି ନୂତନ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ବିଦ୍ୟାଳୟର ସଭାପତି ମୁକେଶ ଜୈନ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ନିମନ୍ତେ ପୁରୀ ଜିଲ୍ଲାପାଳ ଓ ଗୋପ ତହସିଲଦାରଙ୍କୁ ୬ଏକର ଜମି ଯୋଗାଇ ଦେବାକୁ ଆବେଦନ କରାଯାଇଛି ବୋଲି ଶ୍ରୀ ଜୈନ ଏହି ଅବସରରେ ପ୍ରକାଶ କରିଛନ୍ତି। କୋଣାର୍କ ସ୍ଥିତ ପୁରାଣ ବର୍ଣ୍ଣିତ ଚନ୍ଦ୍ରଭାଗା ତୀର୍ଥ ଅଂଚଳରେ ସୂର୍ଯ୍ୟ ପୂଜାର ପ୍ରାଚୀନ ଐତିହ୍ୟ ଓ ପରମ୍ପରା ରହିଛି। ଏହି ବିଶେଷତ୍ବ ଦୃଷ୍ଟିରେ ରଖି ନୂତନ କୋଣାର୍କ ସୂର୍ଯ୍ୟ ମନ୍ଦିର ମୂର୍ତ୍ତି ସ୍ଥାପନ କାର୍ଯ୍ୟ ସଂପନ୍ନ ହୋଇଥିବା ବେଳେ ଭବ୍ଯ ମନ୍ଦିର ଓ ସୂର୍ଯ୍ୟ ପୂଜାରେ ଶ୍ରଦ୍ଧାଳୁ ମାନଙ୍କ ସହଯୋଗ ରହିଲେ ସୂର୍ଯ୍ୟ ପୂଜାର ପ୍ରାଚୀନ ଐତିହ୍ୟ ଓ ପରମ୍ପରା ବଜାୟ ରଖାଯାଇପାରିବ ବୋଲି ସର୍ବ ଭାରତୀୟ ହିନ୍ଦୁମହାସଭାର ସଭାପତି ମୁନ୍ନା କୁମାର ଶର୍ମା ମତବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ