ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ନାଉଗାଁ ବ୍ଳକର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୪୭ଟି ଆବେଦନପତ୍ର ପଂଜିକୃତ ହୋଇଥିବା ବେଳେ ବିଭିନ୍ନ ବିଭାଗର ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଯାଇ ୧୧୬ଜଣଙ୍କୁୁ ପ୍ରମାଣପତ୍ର ପ୍ରଦାନ କରାଯିବା ପାଇଁ ଚିହ୍ନଟ କରାଯାଇଛି । ଅନ୍ୟ ୩୧ଜଣଙ୍କୁ ପ୍ରତ୍ୟାଖ୍ୟାନ/ରେଫର କରାଯାଇଥିବା ଜଣାଯାଇଛି । ସେଥିମଧ୍ୟରୁ ଅସ୍ଥିଶଲ୍ୟରେ ୭୩ ଜଣ ନାମ ପଂଜୀକୃତ କରିଥିବା ବେଳେ ୬୮ଜଣଙ୍କୁ ପ୍ରମାଣପତ୍ର ମିଳିଥିବା ବେଳେ ୫ଜଣଙ୍କୁ ପ୍ରତ୍ୟାଖ୍ୟାନ/ରେଫର, ଚକ୍ଷୁ ବିଭାଗରେ ୧୪ଜଣ ପଂଜୀକୃତ କରିଥିବା ବେଳେ ୧୦ଜଣଙ୍କୁ ପ୍ରମାଣପତ୍ର ଓ ୪ଜଣଙ୍କୁ ପ୍ରତ୍ୟାଖ୍ୟାନ/ରେଫର, ମାନସିକ ଅନଗ୍ରସରରେ ୩୯ ଜଣ ନାମ ପଂଜୀକୃତ କରିଥିବା ବେଳେ ୩୨ ଜଣଙ୍କୁ ପ୍ରମାଣପତ୍ର ଓ ୭ଜଣଙ୍କୁ ପ୍ରତ୍ୟାଖ୍ୟାନ/ରେଫର, ବାକ୍‌,ଶ୍ରବଣ ଓ ଶକ୍ତିବାଧିତରେ ୨୧ଜଣ ନାମ ପଂଜୀକୃତ କରିଥିବା ବେଳେ ୬ଜଣଙ୍କୁ ପ୍ରମାଣପତ୍ର ଓ ୧୫ଜଣଙ୍କୁ ପ୍ରତ୍ୟାଖ୍ୟାନ/ରେଫର କରାଯାଇଥିବା ଜଣାଯାଇଛି । ଏହି ଶିବିରକୁ ବ୍ଳକ ଅଧ୍ୟକ୍ଷା ତୃଷ୍ଣା ଲେଙ୍କା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ବିଡିଓ ରଶ୍ମୀରେଖା ମଲ୍ଲିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନିଲ କୁମାର ନାୟକ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଜୟକୃଷ୍ଣ ସ୍ୱାଇଁ, କନିଷ୍ଠ ସହାୟକ ଶ୍ରୀନିବାସ ବେହେରା, ବ୍ୟକ୍ତିଗତ ସହାୟକ ପ୍ରଶନ୍ନଜିତ ନାୟକଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ, ସମସ୍ତ ବ୍ଲକ କର୍ମଚାରୀମାନେ ପରିଚାଳନା କରୁଥିବା ବେଳେ ବ୍ଲକର ସମସ୍ତ ଜିଆରଏସ ଓ ଅଙ୍ଗନୱାଡି କର୍ମୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ