ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା ଗ୍ରସ୍ତ ୮ ଆହତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ସମ୍ପର୍କୀୟଙ୍କ ମୃତ କାର୍ଯ୍ୟରେ ଯୋଗଦେବାକୁ ଯିବା ବେଳେ ଅଘଟଣ ଘଟିଛି । ସମସ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି l ଘଟଣା ପ୍ରକାରେ ବୁଧବାର ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ୍ ବୁଡାଗୁଡ଼ା ଅଞ୍ଚଳରୁ କିଛି ଲୋକ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ରୁତୁଙ୍ଗିଆ ଅଞ୍ଚଳକୁ ନିଜ ସମ୍ପର୍କୀୟଙ୍କ ମୃତ କାର୍ଯ୍ୟ (ମାଡ଼ା) ରେ ଯୋଗଦେବାକୁ ଏକ ଅଟୋରେ ବାହାରିଥିଲେ । ଅଧା ବାଟରେ କୌଣସି କାରଣରୁ ଅଟୋଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇପଡ଼ିଥିଲା । ଫଳରେ ଅଟୋରେ ବସିଥିବା ୮ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ବର୍ତ୍ତମାନ ସୁଦ୍ଧା ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସହ ସମସ୍ତେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ