ଜିଲ୍ଲା ପାଳଙ୍କୁ ଭେଟି ବନ୍ୟାଞ୍ଚଳ ବାବଦରେ ସମୀକ୍ଷା କଲେ ସାଂସଦ
ବାଲେଶ୍ୱର, (ସରୋଜ ପଣ୍ଡା):ଲଘୁଚାପ ଜନିତ ବର୍ଷା ଯୋଗୁଁ ଉତ୍ତର ବାଲେଶ୍ୱରରେ ବନ୍ୟାପାଣି ମାଡ଼ିଥିବା ଅଞ୍ଚଳ ସାଂସଦ ପ୍ରତାପ ଚଦ୍ର ଷଡଙ୍ଗୀ ଗତକାଲି ଗସ୍ତକରିବା ପରେ ନିଜେ ଅନୁଭୂତି କରିଥିବା ବନ୍ୟା ପ୍ରପୀଡ଼ିତଙ୍କ ଅସୁବିଧାକୁ ଆଜି ବାଲେଶ୍ୱର ଜିଲ୍ଳା ବିଜେପିର ପ୍ରତିନିଧି ମଣ୍ଡଳୀଙ୍କ ସହ ଯାଇ ଜିଲ୍ଲାପାଳଙ୍କୁ ତାଙ୍କ ବାସଭବନ ସ୍ଥିତ କାର୍ଯ୍ୟାଳୟରେ ଭେଟି ଲୋକଙ୍କୁ କେମିତ ସୁଷମ ଭାବେ ରନ୍ଧାଖାଦ୍ୟ , ଶୁଖିଲା ଖାଦ୍ୟ, ପଲିଥିନ, ଔଷଧ, ପିଇବା ପାଣି,ଗୋଖାଦ୍ୟ ସୁଚାରୁ ରୂପେ ବଣ୍ଟନ କରାଯିବ ସେ ବାବଦରେ ଆଲୋଚନା କରିଥିଲେ।ଯେଉଁମାନଙ୍କର ଘର ବନ୍ୟା ପାଣିରେ ଭାଙ୍ଗି ଯାଇଛି, ଚାଷଜମି କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ରାଜନୀତି ପ୍ରିୟାପ୍ରୀତି ଉର୍ଦ୍ଧରେ ଯାଇ ଚିହ୍ନଟ କରିବା ପାଇଁ ଏବଂ ବେଆଇନ ଭାବେ ସରକାରୀ ଜାଗାକୁ ଅବରୋଧ କରି ରଖିଥିବା ବିଶେଷ ଭାବେ ରାସ୍ତା ପାଖରେ ଥିବା ନାଳକୁ ଜବର ଦଖଲକରି ଦୋକାନ ଗୃହ ନିର୍ମାଣ କରିଥିବା ଏବଂ ବେଆଇନ ଚିଙ୍ଗୁଡ଼ିଘେରୀ କରି ବର୍ଷାପାଣି ପ୍ରବାହରେ ବାଧା ଉତ୍ପନ୍ନ କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ କହିବା ପରେ ଜିଲ୍ଲାପାଳ ତୁରନ୍ତ ଏସବୁର ସମାଧାନ କରିବେ ବୋଲି କହିବା ସହିତ ତାଙ୍କର ହ୍ଵାଟ୍ସଏପ ରେ ଫୋଟ ଉଠାଇ ପଠାଇବା ପାଇଁ ଅନୁରୋଧ କରିଥିଲେ।ଏହି ପ୍ରତିନିଧି ମଣ୍ଡଳରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର,ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ,ରାଜ୍ୟ କାର୍ଯ୍ୟକାରିଣୀ ଶୁଭଙ୍କର ମହାପାତ୍ର,ଜୋନାଲ ମିଡ଼ିଆ ସଂଯୋଜକ ପ୍ରମୁଖ ଉପସ୍ଥିତ ରହିଥିଲେ ବୋଲି ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ଏକ ପ୍ରେସ ବିବୃତିରେ ଲିଖିତ ଭାବେ ଜଣେଇଛନ୍ତି I


