ଶ୍ରୀ ସତ୍ୟସାଇବାବାଙ୍କ ୯୪ତମ ଜନ୍ମ ବାର୍ଷିକୀ ପାଳନ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ସତ୍ୟ ସାଇ ବିଦ୍ୟାଭବନ ପରିସରରେ ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ଶ୍ରୀ ସତ୍ୟସାଇ ବାବାଙ୍କ ୯୪ତମ ଜନ୍ମ ବାର୍ଷିକ ମହାସମାରୋହରେ ପାଳନ ହୋଇଯାଇଛି । ପ୍ରାତଃ ୪ଟାରେ ନଗର ସଙ୍କିତନ କରାଯିବା ପରେ ୭.୩୦ରେ ପ୍ରଶାନ୍ତି ପତାକା ଉତ୍ତୋଳନ କରାଯାଇ ଷୋଡଷ ଉପଚାର ପୂଜା କରାଯାଇଥିଲ।। ମଧ୍ୟାହ୍ନରେ ନାରାୟଣ ସେବା କରାଯିବା ସହ ସେମାନଙ୍କୁ ଛତା ପ୍ରଦାନ କରାଯାଇଥିଲ।। ଅପରାହ୍ନରେ ଭଜନ କରାଯିବା ସହ ୯୪ଟି ଦୀପ ପ୍ରଜ୍ୱଳନ କରାଯିବା ସହ ସମୂହ ବେଦ ପାଠ କରାଯାଇଥିଲ।। ସମିତିର ସମସ୍ତ ସଦସ୍ୟ ମିଶି ବାବାଙ୍କ ଜନ୍ମଦିନ ଅବସରେ କେକ୍ କାଟିଥିଲେ । ଶ୍ରୀ ସତ୍ୟ ସାଇବାବାଙ୍କ ସଂପର୍କରେ ଆଲୋଚନା ହେବା ସହ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସମିତି ସମସ୍ତ ସଭ୍ୟ ଓ ସଭ୍ୟା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ