ବାହାଡାନାଳରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଛତ୍ରପୁର, (ଦେବଦତ୍ତ ମହାରଣା) : ଚମାଖଣ୍ଡି ଥାନା ଅଧୀନ ଗୋବିନ୍ଦପୁର ନିକଟ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଥିବା ମହିନ୍ଦ୍ରା ସୋରୁମ ନିକଟରେ ଥିବା ବାହାଡାନାଳରେ ଶୁକ୍ରବାର ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଖବରପାଇ ଚମାଖଣ୍ଡି ଥାନା ପୋଲିସ ଓ ହାଇୱା ପେଟ୍ରୋଲିଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନ ଥିବା ବେଳେ ମୃତଦେହକୁ ହସ୍ପିଟାଲକୁ ପଠାଯାଇଛି। ଏହି ଘଟଣାକୁ ନେଇ ଚମାଖଣ୍ଡି ପୋଲିସ ତଦନ୍ତ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ