ସାନଖେମୁଣ୍ଡି ବ୍ଲକ ଉନ୍ନୟନ କାର୍ଯ୍ୟର ସମୀକ୍ଷା ସହ ପଟା ବାଣ୍ଟିଲେ ଜିଲ୍ଲାପାଳ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ସାନଖେମୁଣ୍ଡି ବ୍ଲକ ଗସ୍ତକରି ଉନ୍ନୟନ କାର୍ଯ୍ୟ ର ସମୀକ୍ଷା କରିଥିବା ଜଣାପଡିଛି। ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ବି ଡି ଓ ଗାୟତ୍ରୀ ଦତ୍ତ ନାୟକ, ସାନଖେମୁଣ୍ଡି ତହସିଲଦାର ଡ଼ା ଶ୍ରୀନିବାସ ବେହେରା ଙ୍କ ସହ ବ୍ଲକ ରେ କାର୍ଯ୍ୟକାରି ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିବା ଜଣାପଡିଛି।ଏବଂ ସାନଖେମୁଣ୍ଡି ତହସିଲ ଅଧିନରେ ରହିଥିବା ବାଲି ସୈରାତ,ଲଘୁ ଖଣିଜ ପଦାର୍ଥ ରାଜସ୍ବ ଆଦାୟ ସହ ବସୁନ୍ଧରା ଯୋଜନା ପଟା ଦେବା ଉପରେ ଆଲୋଚନା କରିଥିବା ଜଣାପଡିଛି। ଏହାପରେ ଏସ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ରତ୍ନେଇ ମନ୍ଦିର ଉନ୍ନତି ସେଠାରେ ପାରିପାର୍ଶିକ ସ୍ଥିତିଏକ ପର୍ଯ୍ୟଟନ ସ୍ଥଳୀ ପାଇଁ କାର୍ଯ୍ୟକାରି ହେଉଥିବା ରାସ୍ତା ଦେଖିବା ପାଇଁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଙ୍କ ସହ ବି ଡି ଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଡ଼ା ଶ୍ରୀନିବାସ ବେହେରା ଗ୍ରସ୍ତ କରିଥିଲେ। ରାସ୍ତା,ଡ୍ରେନ,ସହ ପାଚେରୀ ଗମନା ଗମନ ପାଇଁ ସୁରକ୍ଷିତ କରିବା ପାଇଁ ବି ଡି ଓ ଙ୍କୁ ଖୁବ୍ ଶୀଘ୍ର ପଦକ୍ଷେପ ନେବାକୁ କହିଥିଲେ। ଜୀଉରା ଗ୍ରାମ ପଞ୍ଚାୟତରେ କାର୍ଯ୍ୟକାରି ହୋଇଥିବା ଗ୍ରାମୀଣ ପାର୍କ ପରିଦର୍ଶନ କରି ମନ ମୁଗ୍ଧ ହୋଇଥିଲେ। ଏହା ପରେ ବ୍ଲକ କାର୍ଯ୍ୟାଳୟରେ ଟି ଗୋବିନ୍ଦପୁର ପଞ୍ଚାୟତ ର ଦସେଇପୂର୍ ମୌଜା ମଙ୍ଗଳାନଗର ଦଳିତ ହରିଜନ ୨୦ ପରିବାରକୁ ବସୁନ୍ଧରା ଯୋଜନା ରେ ପଟା ବାଣ୍ଟିଥିଲେ। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସନ୍ଦୀପ କୁମାର ବେହେରା, ସହକାରୀ ଯନ୍ତ୍ରୀ ଦୀପକ କୁମାର ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ବେହେରା, ଉମାକାନ୍ତ ପ୍ରଧାନ , ବିଦ୍ୟୁତ ପ୍ରଭା ରଥ, ଶିବାନୀ ପାତ୍ର ଙ୍କ ସହ ଟୁକୁନା ପ୍ରଧାନ ସିମାଞ୍ଚଲ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।


