ବିଷ୍ଣୁପ୍ରୀୟା ଜରା ନିବାସରେ ବ୍ୟାପକ ଅବ୍ୟବସ୍ଥା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକର ମଠ ଠାରେ ଥିବା ବିଷ୍ଣୁପ୍ରୀୟା ଜରାନିବାସରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଉଥିବା ଅଭିଯୋଗ ହୋଇଛି । ଏହି ଜରାନିବାସରେ ୨୫ରୁ ଉର୍ଦ୍ଧ ଅସହାୟ ବୃଦ୍ଧ ବୃଦ୍ଧା ବାସ କରୁଥିବା କୁହାଯାଉଥିବାବେଳେ ବାସ୍ତବରେ କମ୍ ସଂଖ୍ୟକ ବୃଦ୍ଧବୃଦ୍ଧା ରହୁଛନ୍ତି । ସେମାନଙ୍କ ପାଇଁ ଜଣପିଛା ମାସକୁ ୨୨୮୧ଟଙ୍କାର ଅନୁଦାନ ଆସୁଥିବାବେଳେ ଅନ୍ତେବାସୀ ମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି ବୋଲି ଅଭିଯୋଗ ହେଉଛି । ସେହିପରି ଅନ୍ତେବାସୀ ମାନେ ପକ୍କାଘରେ ରହିବା ପାିଁ ସରକାର ମାସକୁ ଘରଭଡା ବାବଦକୁ ୧୫ହଜାର ଟଙ୍କା ଯୋଗାଇ ଦେଉଥିବାବେଳେ କିଛି ଅନ୍ତେବାସୀ ଚାଳଘରେ ବସବାସ କରୁଥିବା ଦେଖିବାକୁ ମିଳିଛି । ସେହିପରି ଅନ୍ତେବାସୀ ମାନଙ୍କ ପାଇଁ ବର୍ଷକୁ ୫୦ହଜାର ଟଙ୍କାରେ ମେଡିସିନି ଓ ପିନ୍ଧାବସ୍ତ୍ର ପାଇଁ ଲକ୍ଷେ ଟଙ୍କା ଆସୁଥିଲେବି କର୍ତ୍ତୁପକ୍ଷ ଆବଶ୍ୟକ ମେଡିସିନି ଓ ସେହି ତୁଳନାରେ ବସ୍ତ୍ର ଦେଉ ନଥିବା ଅଭିଯୋଗ ହୋଇଛି । ଏହି ଜରାନିବାସ ପାଇଁ ଜଣେ ସୁପରିଟେଣ୍ଡଣ୍ଟ, ଜଣେ ସମାଜସେବୀ, ଜଣେ ଯୋଗ ପ୍ରଶିକ୍ଷକ, ଜଣେ ନର୍ସ, ଜଣେ ରୋଷେୟା ଓ ୩ଜଣ ପରିଚାଳକ ରହିବାକୁ ଥିବାବେଳେ ଆବଶ୍ୟକ କର୍ମଚାରୀ ନିଯୁକ୍ତ କରାଯାଇ ନାହିଁ । ସପ୍ତାହକୁ ଥରେ ଜଣେ ଡାକ୍ତର ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଥିବାବେଳେ ଏହାକୁ ଠିକ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ । ସେହିପରି ଅନ୍ତେବାସୀ ମାନଙ୍କ ଟିଭି ଦେଖିବାପାଇଁ ବର୍ଷକୁ ୬୦ହଜାର ଟଙ୍କାର ଅନୁଦାନ ଆସୁଥିବାବେଳେ ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ଆବଶ୍ୟକ ଟିଭି ନଥିବାରୁ ସେମାନେ ଏହି କାର୍ଯ୍ୟକ୍ରମରୁ ବଞ୍ଚିତ ହେଉଛନ୍ତି । ସେମାନଙ୍କ ପାଇଁ ଆବଶ୍ୟକ ପାନୀୟଜଳ ଓ ପରିମଳ ବ୍ୟବସ୍ଥା ନଥିବାରୁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅନ୍ତେବାସୀ ମାନେ ପ୍ରକାଶ କରିଛନ୍ତି । ନାନା ସମସ୍ୟା ଭିତର ଦେଇ ଜରାନିବାସଟି ଗତି କରୁଥିବାରୁ ଏଠାରେ ରହିବାକୁ ସ୍ଥାନୀୟ ଅଞ୍ଚଳର ବୃଦ୍ଧବୃଦ୍ଧା ଓ ନିରାଶ୍ରୟ ବ୍ୟକ୍ତିମାନେ ଅମଙ୍ଗ ହେଉଥିବା ଅଭିଯୋଗ ହେଉଛି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ