ଗଞ୍ଜାମର ଝିଅ ନିବେଦିତା ଶତପଥୀ ହେଲେ ଓଡ଼ିଆ ଅନର୍ସରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଟପ୍ପର

ଗଞ୍ଜାମ, (ବିନୋଦ ପଲେଇ):ଗଞ୍ଜାମ ବ୍ଳକର ଝିଅ ନିବେଦିତା ଶତପଥୀ ଓଡ଼ିଆ ଅନର୍ସ ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଟପ୍ପର ହୋଇ ଗଞ୍ଜାମ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଗଞ୍ଜାମ ବ୍ଲକର ୟୁଡିଏସ ପୁର ପଞ୍ଚାୟତର ବାଲିଙ୍କି ଶରଣପୁର ଗ୍ରାମର ବାସିନ୍ଦା ପିତା କୃଷକ ତାରିଣୀ ଚରଣ ଶତପଥୀ ଓ ସଂଯୁକ୍ତା ଙ୍କ ଝିଅ ପିଲାବେଳୁ ମେଧାବୀ ବିଦ୍ୟାର୍ଥୀ ଥିବା ବେଳେ ବିଭିନ୍ନ ପ୍ରକାର ବୃତ୍ତି, ଜାତୀୟ ବୃତ୍ତି ପାଇବା ସହ ଭଲ ଵକ୍ତା ଭାବେ ନିଜର ପରିଚୟ ସୃଷ୍ଟି କରିଆସିଛନ୍ତି। ମେଟ୍ରିକ , ଯୁକ୍ତଦୁଇ ପରୀକ୍ଷା ରେ ଟପ୍ପର ହୋଇଥିବା ବେଳେ ବର୍ତ୍ତମାନ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ର ସ୍ନାତକ ବିଭାଗର ଓଡ଼ିଆ ଅନର୍ସ ଛାତ୍ରୀ ଥିବା ନିବେଦିତା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଟପ୍ପର ହୋଇ ମହାବିଦ୍ୟାଳୟ ଓ ଗଞ୍ଜାମ ବ୍ଲକ୍ ର ସୁନାମ ଆଣିଛନ୍ତି । ଏହି ସଫଳତା ପାଇଁ ମହାବିଦ୍ୟାଳୟର ଅଧକ୍ଷ, ସମସ୍ତ ଅଧ୍ୟାପକ ଅଧ୍ୟାପିକା,ପିତା ମାତା ଓ ବିଶେଷ କରି ବଡ଼ ଭଉଣୀ ବନ୍ଦିତଙ୍କୁଏହି ଶ୍ରେୟ ଦେଇଛନ୍ତି । ଭବିଷ୍ୟତରେ ଜଣେ ଦକ୍ଷ ଓ ନିଷ୍ଠାପର ପ୍ରଶାସନିକ ଅଧିକାରୀ ହୋଇ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ଥିବା କହିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ଵର୍ଗରୁ ଶୁଭେଚ୍ଛାର ସୁଅ ଛୁଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ