ବନ୍ଧଗୁଡା ଗ୍ରାମ ପୋଖରିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମେରାପଲି ଗ୍ରାମ ପଞ୍ଚାୟତର ବନ୍ଧାଗୁଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଗାଁ ପୋଖରୀରେ ବୁଡି ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି l ମୃତକ ଗ୍ରାମର କୃଷ୍ଣ ଚନ୍ଦ୍ର ନାୟକ l ମୋହନା ପୁଲିସ ମୃତ ଦେହ ଜବତ କରି ତଦନ୍ତ କରୁଛି l ପୋଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ବୁଧବାର ସନ୍ଧ୍ୟା ରେ କୃଷ୍ଣ ଗାଁର ଥିବା ପୋଖରୀ କୁ ଗାଧୋଇବାକୁ ଯାଇଥିଲେ l ତେବେ ସେ ରାତି ପର୍ଯ୍ୟନ୍ତ ଆଉ ଘରକୁ ଫେରିନଥିଲେ। ଘରକୁ ନ ଆସିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥଲେ। ତେବେ ରାତିରେ ଗ୍ରାମର ଜଣେ ବ୍ୟକ୍ତି ପୋଖରୀ ତୁଠରେ ଗାମୁଛା ପଡ଼ିଥିବା ଦେଖିଥିଲେ। ସନ୍ଦେହରେ ଗ୍ରାମବାସି ଓ ପାରିବାର ଲୋକେ ପୋଖରୀ ଭିତରେ ଖୋଜା ଖୋଜି କରିବା ପରେ ରାତି ପ୍ରାୟ ଗୋଟାଏ ସମୟରେ କୃଷ୍ଣଙ୍କୁ ପାଣି ଭିତାରୁ ଉଦ୍ଧାର କରିଥଲେ। ଉଦ୍ଧାର କରି ମୋହନା ମେଡ଼ିକାଲକୁ ଆଣିଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଥିଲେ l ମୋହନା ଥାନାରେ ୧୦/୨୨ ରେ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯିବା ସହ ଘଟଣାର ତଦନ୍ତ ଚାଲିଥିବା ଥାନା ଏସଆଇ କୃଷ୍ଣ ଚନ୍ଦ୍ର ମଲ୍ଲିକ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ