ମା ତାରିଣୀ ସେବା ସଂସ୍ଥାନ ପକ୍ଷରୁ ଅମ୍ରିତ ସ୍ମୃତି ପ୍ରତିଭା ସମ୍ମାନ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକର ସୁଲଣ ଠାରେ ମା ତାରିଣୀ ସେବା ସଂସ୍ଥାନର ‘ଅମ୍ରିତ ସ୍ମୃତି ପ୍ରତିଭା ସମ୍ମାନ’ ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ସମ୍ମାନୀତ ଅତିଥି ଭାବେ କିନ୍ନର ଆଖଡାର ମହାମଣ୍ଡଳେଶ୍ୱର ମିରା ପରିଡା, ଆନ୍ତର୍ଜାତିକ ଚେସ ଖେଳାଳୀ ସାଇନା ସଲୋନିକା ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଭା ଚୟନ ପ୍ରତିଯୋଗୀତା କରାଯାଇ କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ‘ଅମ୍ରିତ ସ୍ମୃତି ପ୍ରତିଭା ସମ୍ମାନ’ପୁରସ୍କାର କରାଯିବା ସହ ରାଜ୍ୟର ବିଭିନ୍ନ ସମାଜସେବା ସଂଗଠନ ଓ ସମାଜସେବୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ମା ତାରିଣୀ ସେବା ସଂସ୍ଥାନର ବରିଷ୍ଠ ସଦସ୍ୟ ଶ୍ୟାମ ସୁନ୍ଦର ଦେବତାଙ୍କର ସ୍ୱଲିଖିତ ଆରାଧ୍ୟଦେବୀ ‘ମା ବାଲି ଠାକୁରାଣୀ’ଙ୍କ ସ୍ତ୍ରୋତ୍ର ଅତିଥି ମାନଙ୍କ କରକମଳରେ ଉନ୍ମୋଚନ କରାଯାଇଥିଲା । ଏହି ଉତ୍ସବରେ ଆନନ୍ଦପୁର ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ସାହୁ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଗଣେଶ୍ୱର ଜେନା ପ୍ରମୁଖ ଯୋଗ ଦେଇଥିବାବେଳେ ମା ତାରିଣୀ ସେବା ସଂସ୍ଥାନର କର୍ମକର୍ତ୍ତା ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ