ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ” ବିଶ୍ଵ ମହିଳା ସମାନତା ଦିବସ” ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଭିନ୍ନ ମହିଳା ମାନଙ୍କୁ ନେଇ “ବିଶ୍ଵ ମହିଳା ସମାନତା ଦିବସ”କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ଏହି ଅବସରରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢୀଙ୍କ ନେତୃତ୍ୱରେ ବିଭିନ୍ନ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଏହାକୁ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରିକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏହି ଶୋଭାଯାତ୍ରାରେ ଆଶା , ଅଙ୍ଗନବାଡ଼ି ଓ ଏଏନଏମ କର୍ମୀଙ୍କସମେତମହାବିଦ୍ୟାଳୟ ଛାତ୍ରୀ , ଏସଏଚଜି ମହିଳାଓସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କର୍ମଚାରୀ ମାନେ ସାମିଲ ରହି ଏବଂ ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ମାନ ଦେଇ ଗାଁ-ବସ୍ତି ପରିକ୍ରମା କରିଥିଲେ ପରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ବହୁମୁଖି ଉପଯୋଗୀ ଗୃହର ସଭାକକ୍ଷ ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ ସଭାପତିତ୍ୱ କରି କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ ଏଥିରେ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରିକ ମୁଖ୍ୟଅତିଥି ଭାବେ ଯୋଗଦେଇ ପୃଥିବୀରେ ସ୍ଥିରତା ଆଣିବାକୁ ହେଲେ ଲିଙ୍ଗଗତ ସମାନତାକୁ ଆମେ ନିଶ୍ଚିତ ଭାବେ ଯଥେଷ୍ଟ ସମ୍ମାନ ଦେବାକୁ ହେବ ଲିଙ୍ଗଗତ ସମସ୍ୟା ଠାରୁ ଦୂରେଇ ରହି ପୁରୁଷ ଓ ନାରୀ ଜେଣ୍ଡର ସମାନତା ଆଣିବା ଯେଉଁଥିରେ କି ଆସନ୍ତା କାଲି ଆମ ପୃଥିବୀରେ ସନ୍ତୁଳନ ରକ୍ଷା ହୋଇ ପାରିବ ବୋଲି ଡ଼ାଃ ବାରିକ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅନଙ୍ଗ ସୁଦନ ଭୂୟାଁ ଡ଼ାଃ ଅନ୍ତରର୍ଯ୍ୟାମୀ ସାହୁ ଏବଂ ଡ଼ାଃ ଲତିକା ବେହେରା ପ୍ରମୁଖ ମଞ୍ଚାସିନ ରହି ବିଭିନ୍ନ କ୍ଷେତ୍ରରେ ମହିଳା ମାନଙ୍କ ସମ୍ମାନ ଅଧିକାର ଓ ସମାନତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଦୁଇଜଣ ମହିଳା ମଧ୍ୟ ମହିଳା ସମ୍ମାନ ଓ ସମାନତା ଉପରେ ସେମାନଙ୍କ ବକ୍ତବ୍ୟ ରଖିଥିଲେ ।ଏହି ସଚେତନତା ସଭା କାର୍ଯ୍ୟକ୍ରମରେ ଆଶା , ଅଙ୍ଗନବାଡ଼ି ଓ ଏଏନ୍ଏମ କର୍ମୀଙ୍କ ସମେତ ଏସଏଚଜି ମହିଳାମାନେଯୋଗଦେଇଥିଲେ ।ଶେଷରେ ଉପସ୍ଥିତସମସ୍ତଙ୍କୁସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ୍: ଶ୍ରୀଏମଖଗେଶ୍ବର ରାଓ ଧନ୍ୟବାଦ୍ ଅର୍ପଣ କରିଥିଲେ ।ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟକେନ୍ଦ୍ରର ପିଏଚଇଓ: ମମତା ପାଢ଼ୀ ଓ ବ୍ଲକ୍ ଏକାଉଣ୍ଟ୍ମ୍ୟାନେଜର ଏନ: ଶ୍ରିନିବାସୁଲୁ ପରିଚାଳନା କରିଥିବା ବେଳେ କର୍ମଚାରୀ ଶ୍ରୀ ସାଫଲ୍ୟ କରାଡ ଓ ବିଜୟ ଲକ୍ଷ୍ମୀ ନାୟକ ପ୍ରମୁଖ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ