ଶାଳଣିଆଁ ଡାକ୍ତରଖାନାରେ ଡାକ୍ତର ନଥିବାକୁ ନେଇ ଉତ୍ତେଜନା

ହାଟଡ଼ିହି, (ବିକାଶ ବିଶ୍ୱାଳ):ଶାଳଣିଆଁ ଡାକ୍ତରଖାନାରେ ଡାକ୍ତର ନଥିବାକୁ କେନ୍ଦ୍ର କରି ଆଜି ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଡାକ୍ତରଖାନା ଖୋଲା ଥିବାବେଳେ ଆଜି ଦିନ ୧୦ଟା ବେଳେ ରୋଗୀମାନେ ପହଞ୍ଚିବା ବେଳକୁ କୌଣସି ଡାକ୍ତର ନଥିବାବେଳେ କେବଳ ଫାର୍ମାସିଷ୍ଟ ରୋଗୀଙ୍କ ଚିକିତ୍ସା କରିବା ସହ ଔଷଧ ଦେଉଥିଲେ । ବେିଷ୍ଣୁପୁର ଗ୍ରାମର ଜଣେ ମହିଳା ଗ୍ୟାସ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନା ଆସିଥିବାବେଳେ କୌଣସି ଡାକ୍ତର ନଥିବାରୁ ରୋଗୀଙ୍କ ସମ୍ପର୍କୀୟ ମାନେ ପାଟିତୁଣ୍ଡ କରିଥିଲେ । ଏହାକୁନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ତାଙ୍କୁ ଭଦ୍ରକ ଚିକିତ୍ସାଳୟକୁ ରେଫର କରିଥିଲେ । ମେଡିକାଲ ନେଉଥିବା ବାଟରେ ଉକ୍ତ ମହିଳାଙ୍କ ମୃତୁ୍ୟ ଘଟିଥିବା ଜଣାଯାଇଛି । ଏଠାରେ ଡାକ୍ତର ନଥିବାରୁ ଚିକିତ୍ସାରେ ବିଳମ୍ବ ହେବାଯୋଗୁଁ ଏପରି ଘଟିଲା ବୋଲି କୁହାଯାଉଛି । କେବଳ ଆଜି ନୁହଁ ମାସରେ ଅନେକ ଦିନ ଏପରି ପରିସ୍ଥିତି ସୃଷ୍ଟି ହେଉଥିବାରୁ ରୋଗୀମାନେ ନାନା ଅସୁବିଧା ଭୋଗ କରୁଛନ୍ତି । ଘଣ୍ଟା ଘଣ୍ଟା ଡାକ୍ତରଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ଡାକ୍ତର ନଆସିବା ଜାଣି ବାଧ୍ୟ ହୋଇ ଭଦ୍ରକ କିମ୍ବା ଆନନ୍ଦପୁର ଡାକ୍ତରଖାନାକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ଉପରେ ହାଟଡିହି ବ୍ଲକର ୮ଟି ପଞ୍ଚାୟତର ୫୦ହଜାରରୁ ଉର୍ଦ୍ଧ ଲୋକ ନିର୍ଭର କରୁଥିବାବେଳେ ଭଦ୍ରକ ଜିଳ୍ଲାର ଦୁଇ ତିନୋଟି ପଞ୍ଚାୟତର ଲୋକମାନେ ମଧ୍ୟ ନିର୍ଭର କରିଥାନ୍ତି । କିନ୍ତୁ ପ୍ରଶାସନିକ ଉଦାସୀନତା ଓ ସ୍ୱାସ୍ତ୍ୟ ବିଭାଗର ଚରମ ଅବହେଳାରୁ ଏହି ଡାକ୍ତରଖାନାଟି ଏକ ପ୍ରକାର ବନ୍ଦ ହେବାକୁ ବସିଛି । ଏଠାରେ ୧୦ଜଣ ଡାକ୍ତର ରହିବାକୁ ବିଧିବ୍ୟବସ୍ଥା ଥିବାବେଳେ ମାତ୍ର ଦୁଇଜଣ ଡାକ୍ତରଙ୍କୁ ନେଇ ଡାକ୍ତରଖାନା ଚାଲୁ ଥିବାରୁ ଏପରି ସମସ୍ୟା ହେଉଛି ବୋଲି ଇନଚାର୍ଜ ଡାକ୍ତର ପ୍ରଭାତ ନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ