ମାଁ ଇଷ୍ଟଦେବୀ ଯୁବକଳା ପରିଷଦର ସମ୍ବର୍ଦ୍ଧନା ସଭା
ଫୁଲବାଣୀ, (ସୁନୀଲ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ବଲସକୁମ୍ପା ପ୍ରସିଦ୍ଧ ସ୍ଥାନ ମାଁ ବରାଳଦେବୀଙ୍କ ସ୍ଥାନୀୟ ମାଁ ଇଷ୍ଟଦେବୀ ଯୁବକଳା ପରିଷଦ ଅଗ୍ରଣୀ ଯୁବକ ସଂଘ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ସଂଘର ନବ ନିର୍ବାଚିତ ସଭାପତି ବୈଦ୍ୟନାଥ ବେହେରା ଙ୍କ ସୂଚନା ପ୍ରକାରେ ଜଣାପଡ଼ିଛି ଯେ ଗତ ୨୦୦୮ ମସିହାରେ ଏହି ସଙ୍ଘ ପଞ୍ଜିକୃତ ହୋଇ ସରକାରୀ ସ୍ୱୀକୃତି ପାଇ ଆଜି ପର୍ଯ୍ୟନ୍ତ ସମସ୍ତ ସରକାରୀ ବେ ସରକାରୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସ୍ବେଚ୍ଛାକୃତ ଭାବେ ନିଜର ଭୁମିକା ନିଭେଇ ଆସିଥିବାବେଳେ ବିଭିନ୍ନ ସାମାଜିକ ସେବା ଏବଂ ଅଞ୍ଚଳର ବିକାଶ ଓ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଜନସଚେତନତା କରିବାରେ ନିର୍ଭୀକ ଓ ନିଷ୍ଠାପରତାର ସହ କର୍ତ୍ତବ୍ୟ କରି ଆସିଛି।ହେଲେ ଦୁଃଖ ଓ ପରିତାପର ବିଷୟ ଯେ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ପ୍ରୋତ୍ସାହନ ପାଇନାହିଁ।ସମସ୍ତ କାର୍ଯ୍ୟକୁ ନିଜ ପାରିଶ୍ରମିକ ଅର୍ଥରେ ହିଁ ତୁଲାଇ ଆସିଛି।ସଂଘରେ ଶାନ୍ତିଶୃଙ୍ଖଳା ରକ୍ଷା କରି ଆସିବା ସହିତ ଭାଇଚାର ବଜାୟୀ ରଖିଛି।ସଂଘର ବରିଷ୍ଠ ସଦସ୍ୟ ପ୍ରଫୁଲ କୁମାର ବେହେରା ଆରମ୍ଭରୁ ସଭାପତି ଓ ବରୁଣ ସାହାଣୀ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇ ଥିବାବେଳେ ୨୦୧୩ ମସିହାରୁ ବିନାୟକ ସାହାଣୀ ସଭାପତି ଓ ବିଦୁର ବେହେରା ସମ୍ପାଦକ ଭାବେ ଆଦର୍ଶରସହ ଶୃଙ୍ଖଳା ଭାବେ କାର୍ଯ୍ୟ ତୁଲାଇ ଆସିଥିବାବେଳେ ମୂଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟକରି ଆସୁଥିବା ସମାଜସେବୀ ବୈଦ୍ୟନାଥ ବେହେରା ଙ୍କୁ ବର୍ତମାନ ସଂଘର ସମସ୍ତ ସଦସ୍ୟଙ୍କ ସର୍ବ ସନମତି କ୍ରମେ ସଭାପତି ଭାବେ ନିର୍ବାଚିତ କରାଯାଇଥିବା ବେଳେ ଉପ-ସଭାପତି ରୋହିତ କୁମାର ବେହେରା,ସାଧାରଣ ସମ୍ପାଦକ ଭାବେ ପୁନର୍ବାର ବିଦୁର ବେହେରା, କାର୍ଯ୍ୟକାରୀ ସଭାପତି ଭାବେ,ବିଜୟ କୁମାର ସାହାଣୀ,ପ୍ରଫୁଲ କୁମାର ବେହେରା,ଯୁଗ୍ମ ସମ୍ପାଦକ ଭାବେ ମୃତୁଞ୍ଜୟ ବେହେରା,ଓ ପୁନର୍ବାର କୋଷଧକ୍ଷ ଭାବେ ଶଶାଙ୍କ ଶେଖର ବେହେରାଙ୍କୁ ନିର୍ବାଚିତ କରାଯାଇଛି,ସେହିଭଳି କାର୍ଯ୍ୟକାରିଣୀ ସଦସ୍ୟଭାବେ ୧୦ ଜଣ ନିରଞ୍ଜନ ସାହାଣୀ,ରବୀନ୍ଦ୍ର ନାୟକ,ଗୋଲକ ଦାସ,ବିକ୍ରମ ବେହେରା,ଅରୁଣ କୁମାର ସାହାଣୀ, ବରୁଣ ସାହାଣୀ,ସାନ୍ତୁନୁ କୁମାର ବେହେରା,ଶଶୀଭୂଷଣ ବେହେରା, ଜନ୍ମେଜୟ ବେହେରା, ରବିନାରାୟଣ ବେହେରା,ଉପଦେଷ୍ଟା ଭାବେ ପ୍ରଦୀପ କୁମାର ସେଠୀ, କବିରାଜ ବେହେରା,କମଳାକାନ୍ତ ସାହାଣୀ,ଓ ମେନେଜର ଭାବେ କୃଷ୍ଣ ଚନ୍ଦ୍ର ବେହେରା ଙ୍କୁ ନିର୍ବାଚିତ କରାଯାଇଛି।ରବିବାର ଦିନ ଏହି ନବ ନିର୍ବାଚିତ କମିଟିଙ୍କୁ ମାଁ ଇଷ୍ଟଦେବୀ ଯୁବକଳା ପରିଷଦ ସଙ୍ଘ କାର୍ଯ୍ୟାଳୟ ଠାରେ ସମ୍ନାନର ସହ ସମ୍ବର୍ଦ୍ଧନା କରାଯାଇ ଥିବାବେଳେ ୧୨ ଜଣ ଯୁବକଙ୍କୁ ନୂତନ ଭାବେ ସମ୍ନାନର ସହ ସଂଘରେ ଗ୍ରହଣ କରାଯାଇଛି।ଏହି ସମ୍ବର୍ଦ୍ଧନା ଓ ସ୍ୱାଗତ ସଭାରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସମାଜସେବୀ ନନ୍ଦକିଶୋର କହଁର ଯୋଗ ଦେଇଥିବା ବେଳେ, ସମ୍ନାନିତ ଅତିଥିଭାବେ ସମାଜସେବୀ ତଥା ଯୁବନେତା ସମିତିସଭ୍ୟ ବିବାନ ଗଣ୍ଡା ଯୋଗ ଦେଇଥିଲେ।ସଂଘର କାର୍ଯ୍ୟକଳାପକୁ ଭୁଇଁସ ପ୍ରସଂସା କରିଥିଲେ ଓ ଆଗାମୀ ଦିନରେ ସଙ୍ଘ ପକ୍ଷରୁ ଯେକୌଣସି କାର୍ଯ୍ୟକ୍ରମ କରାଯାଏ ସହଯୋଗର ହାତ ସମ୍ପୂର୍ଣ୍ଣ ଭାବେ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭାପତି ଶ୍ରୀ ବେହେରା ସଭା ସାଙ୍ଗ କରିଥିଲେ।