ଆର୍ଯ୍ୟକନ୍ୟା ଗୁରୁକୁଳରେ ଜାତୀୟ କ୍ରୀଡା ଦିବସ ପାଳିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ବେଲଗୁଣ୍ଠା ବ୍ଳକ୍ ତନରଡ଼ା ସ୍ଥିତ ଆର୍ଯ୍ୟକନ୍ୟା ଗୁରୁକୁଳରେ ଜାତୀୟ କ୍ରୀଡା ଦିବସ ପାଳିତ ପାଳିତ ହୋଇଯାଇଛି I ଏହି ଅବସରରେ ଗୁରୁକୂଳର ଛାତ୍ରୀ ମାନଙ୍କ ମଧ୍ୟରେ ଯୋଗ, କ୍ରୀଡା, ଭାଷଣ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏହା ସହିତ ଯୋଗରେ ଜାତୀୟ ସ୍ତରରେ ଭାଗ ନେଇଥିବା ବିଦ୍ୟାଳୟର ଛାତ୍ରୀ ଅର୍ପିତା ସାହୁଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା I ଗୁରୁକୂଳର ପ୍ରଧାନ ଶିକ୍ଷକ ନାରାୟଣ ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶିକ୍ଷୟତ୍ରୀ ସୁଷମା ମହାରଣା,ଗୀତାଞ୍ଜଳି ମିଶ୍ର, ତନୁ ବେହେରା, ଶିକ୍ଷକ ରବୀନ୍ଦ୍ର କୁମାର ମେଲାକ, ପ୍ରଶାନ୍ତ କୁମାର ସେଠି, ସନ୍ତୋଷ କୁମାର ସାହୁ,ଅକ୍ଷୟ କୁମାର ଜେନା, କର୍ମଚାରୀ ଅରବିନ୍ଦ କୁମାର ସାହୁ, ସନତ କୁମାର ଗୌଡ଼, ଅଜିତ କୁମାର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ