ବିଜୁ ସେତୁ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ ଓ ସମୀକ୍ଷା କଲେ ସାଂସଦ ଓ ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନ ମଣ୍ଡଳୀର ଗଞ୍ଜାମ ଓ ଛତ୍ରପୁର ବ୍ଲକକୁ ସଂଯୋଗ ପାଇଁ ଓଡିଶା ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହଂସପୁର- ବରଦା ଉପରସ୍ଥ ରୁଷିକୁଲ୍ୟା ନଦୀ ଉପରେ ବିଜୁ ସେତୁ ଯୋଜନା ମାଧ୍ୟମରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଜାରି ରହିଛୀ । ଏହି କାର୍ଯ୍ୟର ତଦାରଖ କରିବା ନିମନ୍ତେ ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଅଂଚଳ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିବା ସହ ସମୀକ୍ଷା କରିଛନ୍ତି । ଏହି ଅବସରରେ ଉଭୟ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ଅଧିକାରୀ ସହ ନିର୍ମାଣ କାର୍ଯ୍ୟ କେବେ ସରିବ ସେ ସମ୍ପର୍କରେ ପଚାରି ବୁଝିଥିଲେ । ଆସନ୍ତା ଅକ୍ଟୋବର ୧୫ସୁଦ୍ଧା ଆପୋର୍ଚ୍ଚ ରୋଡ଼ କାର୍ଯ୍ୟ ଶେଷ ହେବ l ଏହି ସେତୁ କାର୍ଯ୍ୟକ୍ଷମ ହେଲେ ଗଞ୍ଜାମ ଓ ଛତ୍ରପୁର ବ୍ଲକ ସମେତ ଆଖପାଖ ଅଂଚଳର ଜନ ସାଧାରଣ ମାନେ ଗମନାଗମନ ସହ ସମସ୍ତ ପ୍ରକାର ସୁବିଧା ପାଇପାରିବେ ବୋଲି ସେମାନେ କହିଛନ୍ତି । ଏଣୁ ଉଭୟ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଅଂଚଳର ଜନସାଧାରଣଙ୍କ ନିମନ୍ତେ ୨୨କୋଟି ୫୩ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟ ୨୦ ଫେବୁଆରୀ ୨୦୨୦ ରୁ ଆରମ୍ଭ ହୋଇଥିଲା । ଋଷିକୁଲ୍ୟ ନଦୀର ଗୋଟିଏ ପାଶ୍ୱର୍ରେ ଛତ୍ରପୁର ଓ ଗଞ୍ଜାମ ବ୍ଲକର ବିଭିନ୍ନ ଗ୍ରାମ ରହିଥିବା ବେଳେ ଅନ୍ୟ ପାଶ୍ୱର୍ରେ ଗଞ୍ଜାମ ବ୍ଲକର ଅନ୍ୟାନ୍ୟ ଗ୍ରାମ ସବୁ ରହିଛି । ଏହି ସେତୁ ନିର୍ମାଣ ହେଲେ ହସଂପୁର, କରପଡା, କାଚରା, ରାଜପୁର, ଗେଦଲପଲ୍ଲୀ, ମୁନିଷିପେଣ୍ଠ, ପୋଟଲାମପୁର,ବରଦା, ମଲାଡ,ରାଉଳିବନ୍ଧ,ସନ୍ତୋଷପୁର,ନନ୍ଦନାପଲ୍ଲୀ, ବାଳସିଂହପଲ୍ଲୀ, ଖଟିଆ ରାମଚନ୍ଦ୍ରପୁର,ୟୁଡିଏସପୁର, ବାହାଲପୁର, ବେଣିଗୈାରି, କୁଶପଲ୍ଲୀ ,ଜଗନ୍ନାଥପୁର ଆଦି ବହୁ ଗ୍ରାମ ଉପକୃତ ହେବାସହ ପୁରୁଷୋତମପୁର ବ୍ଲକ ଓ ଖଲ୍ଲିକୋଟ ବ୍ଲକ ମଧ୍ୟ ଉପକୃତ ହୋଇପାରିବେ । ସବୁଠୁ ବଡ କଥା ହେଲା ନଦୀର ଗୋଟିଏ ପାଶ୍ୱର୍ରେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିବା ବେଳେ ଗଞ୍ଜାମ ବ୍ଲକର କିଛି ଅଚଂଳ ଏହି ମେଡିକାଲ ଉପରେ ନିର୍ଭର କରିଥାନ୍ତି । ଉକ୍ତ ମେଡିକାଲକୁ ଆସିବାକୁ ହେଲେ ସେମାନେ ନଦୀ ପାର ହୋଇ ଆସିବାକୁ ପଡିଥାଏ । ଏହି ସେତୁ ଉଦଘାଟନ ହେଲେ ଛତ୍ରପୁର ବ୍ଲକ,ଗଞ୍ଜାମ ବ୍ଲକ,ପୁରୁଷୋତମପୁର ବ୍ଲକ ଓ ଖଲ୍ଲିକୋଟ ବ୍ଲକର ବହୁ ଜନସାଧାରଣ ମାନେ ଉପକୃତ ହୋଇପାରିବେ । ଏଥିସହ ଯାତାୟତର ଦୂରତା ମଧ୍ୟ କମିଯିବ । ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ତୁରନ୍ତ ଏହି ସେତୁ ପ୍ରକଳ୍ପ କାର୍ଯ୍ୟର ରହିଥିବା ବଳକା କାମ ଯଥାଶୀଘ୍ର ଶେଷ କରିବାକୁ ସାଂସଦ ଓ ବିଧାୟକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବେଳେ ୧୯ନଂ ଜିଲ୍ଲାପରିଷଦ ସଭ୍ୟା ରଶ୍ମିତା ନାହାକ,20ନଂ ଜିଲ୍ଲା ପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ, ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ଛତ୍ରପୁର ବ୍ଲକ ବିଜେଡ଼ି ସଭାପତି ପ୍ରବାସୀ ପ୍ରଧାନ, ଯୁବ ବିଜେଡ଼ି ସଭାପତି କାଳିଆ ନାହାକ, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପାରାଓ, ଛତ୍ରପୁର ନଗର ବିଜେଡ଼ି ସଭାପତି ବି. ରାଜୁବାବୁ, ପୂର୍ବତନ ସାଂସଦ ପ୍ରତନିଧି ବିଶ୍ଵନାଥ ସୁବୁଦ୍ଧି, ପୋଟଲ ମପୁର ସରପଞ୍ଚ ନିରଂଜନ ପ୍ରଧାନ, ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ, ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ, ଶ୍ରୀରାମଚନ୍ଦ୍ରପୁର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ, ଛାତ୍ର ବିଜେଡ଼ି ର ଗଞ୍ଜାମ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଯୁବନେତା କିଶୋର ବେହେରା, ସପନ ନାହାକଙ୍କ ସମେତ ଗଞ୍ଜାମ ଓ ଛତ୍ରପୁର ବ୍ଲକ ର ବହୁ ଜନପ୍ରତିନଧି ଏବଂ ସ୍ଥାନୀୟ ବାସିନ୍ଦା ମାନେ ଉପସ୍ଥିତ ଥିଲେ l


