ମୋହନା ଦିଲ ସେ ଇଣ୍ଡିଆ ଯୁବଗୋଷ୍ଠୀଙ୍କ ମହାନତା     

ମୋହନା, (ଅଂଶୁମାନ ପଣ୍ଡା):ମୋହନା ବ୍ଳକ ଅନ୍ତର୍ଗତ ୩୨୬ ଜାତୀୟ ରାଜପଥ ଶୁଖିଲା ଆମ୍ବ ଛକ ନିକଟରେ ଗୁଣୁପୁର ଠାରୁ ଭୁବନେଶ୍ଵର ଯାଆଁଳ ଯାଉଥିବା ସମୟରେ ଜଣେ ବାଇକ ଆରୋହୀ ଗାଡିର  ଭାରସାମ୍ୟ ରକ୍ଷା କରିନପାରି ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ରବିବାର ରାତ୍ର ପ୍ରାୟ ୧୧ଟାରେ ସେ ଦୁର୍ଘଟଣା ଗ୍ରସ୍ତ ହୋଇ ପଡ଼ି ରହିଥିବା ଖବର ପାଇ ସ୍ଥାନୀୟ ଦିଲ ସେ ଇଣ୍ଡିଆ ଯୁବ ଗୋଷ୍ଠୀର ସଦସ୍ୟମାନେ ସେଠାରେ ପହଞ୍ଚି ବାଇକ ଆରୋହୀ ଓ ଚାଳକଙ୍କୁ ୧୦୮ ଆମ୍ବୁଲାନସକୁ ଫୋନ କରି ଡକାଇ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ । ଯୁବଗୋଷ୍ଠୀ ସଦସ୍ୟଙ୍କ ଏଭଳି ମହାନତା କାର୍ଯ୍ୟପାଇଁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ