ଛତ୍ରପୁରର ବିଭିନ୍ନ ସ୍ଥାନରେ ଗଜାନନଙ୍କ ପୂଜା ଆଡମ୍ଭର ସହକାରେ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ଆଜି ପବିତ୍ର ଗଣେଷ ଚତୁର୍ଥୀ । ଦୁଇ ବର୍ଷ କରୋନା କଟକଣା ପରେ ଭକ୍ତଙ୍କ ଗହଣରେ ଆଜି ପ୍ରଭୁ ଶ୍ରୀ ଗଣେଷ ପୂଜା ପାଉଛନ୍ତି । ଏହି ଅବସରରେ ଜିଲ୍ଲାର ସଦର ମହକୁମା ଛତ୍ରପୁର ଆଖପାଖ ଅଂଚଳ ଆଜି ଚଳଚଂଚଳ ହୋଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜା କମିଟି ଓ ସାହି ବସ୍ତି ମାନଙ୍କରେ ଅଗ୍ରପୁଜ୍ୟ ଶ୍ରୀ ଗଣେଷଙ୍କୁ ପୂଜା କରାଯାଉଛି । ଯାକଜକମର ତୋରଣ ସହ ଆଲୋକ ସଜ୍ଜାରେ ଝଲସି ଉଠୁଛି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ଜେଲ ରୋଡ୍ ସ୍ଥିତ ଆନ୍ତଃର୍ଜାତୀକ ମାର୍କା ୟୁରୋ ସ୍କୁଲ ପରିସରରେ ପ୍ରିନ୍ସିପାଲ ପ୍ରମୋଦ କୁମାର ମିଶ୍ର ଙ୍କ ପୌରହିତ୍ୟରେ ଶ୍ରୀ ଗଣେଷ ପୂଜା ମହା ଆଡମ୍ଭର ସହକାରେ ପାଳନ ହୋଇଯାଇଛି । ସ୍କୁଲର ମୁଖ୍ୟ ପୃଷ୍ଠ ପୋଷକ ସସ୍ମିତା ମହାପାତ୍ର ଏବଂ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ପ୍ରଭୁ ଶ୍ରୀ ଗଣେଷଙ୍କ ଆଶୀର୍ବାଦ ଲାଭ କରିଛନ୍ତି । ସେହିପରି ଛତ୍ରପୁର ଗିଲଟିପେଟା ଗଣେଷ ପୂଜା କମିଟି ପକ୍ଷରୁ ସଭାପତି ଡି. ଜଗଦୀଶ ରାଓ ଙ୍କ ପୌରହିତ୍ୟରେ ଶ୍ରୀ ଗଣେଷ ପୂଜା ଅନୁଷ୍ଠିତ ହୋଇଯାଇଛି । ପୂଜା ମଣ୍ଡପ କୁ ଚିତ୍ରକଳା ମହେଶ୍ୱର ସାହୁଙ୍କ ଦ୍ୱାରା ସୌନ୍ଦର୍ଯ୍ୟକରଣ କରାଯାଇଛି । ଗୋପବନ୍ଧୁନଗର, ବ୍ୟାଙ୍କ କଲୋନୀ, ଶ୍ରୀ ନଗର ପ୍ରଥମ ଗଳି, ନ୍ୟୁ ନାଗୁଲୁପେଟା ସାହି, ପୋଲିସ୍ ହାଇସ୍କୁଲ ରୋଡ୍ ସ୍ଥିତ ଶ୍ରୀ ଗଣେଷଙ୍କ ମନ୍ଦିର, ପ୍ରତିଭା ଆବାସିକ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶଙ୍କ ପୌରହିତରେ ଶ୍ରୀ ଗଣେଷଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ବ୍ୟାରେକ ସାହି ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ସମ୍ପତ୍ ବିନାୟକ ମନ୍ଦିରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପୂଜକ ରାମ ପଣ୍ଡାଙ୍କ ପୌରହିତରେ ଶ୍ରୀ ଗଜାନନଙ୍କ ପୂଜା ପାଳିତ ହୋଇଯାଇଛି । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପ୍ରଗତି କଳା କେନ୍ଦ୍ର, କ୍ୟୁୟର୍ସ ପ୍ଲେ ସ୍କୁଲ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ଶ୍ରୀ ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି ।


