ସୁପ୍ରିମ୍‍କୋର୍ଟରେ ମହାରାଷ୍ଟ୍ର ମାମଲାର ଶୁଣାଣି ଜାରି

ନୂଆଦିଲ୍ଲୀ: ଏବେ ବି ମହାରାଷ୍ଟ୍ରରେ ସ୍ଥିର ସରକାର ନେଇ ହଟଚମଟ ଲାଗି ରହିଛି । ଶନିବାର ବିଜେପି ଓ ଏନ୍‍ସିପି ମିଳିତ ଭାବେ ସରକାର ଗଠନ କରିଥିଲେ ହେଁ ଏହାକୁ ଚ୍ୟାଲେଞ୍ଜ କରି ଶିବସେନା, ଏନ୍‍ସିପି ଓ କଂଗ୍ରେସ ପକ୍ଷରୁ ସୁପ୍ରିମ୍‍କୋର୍ଟରେ ପିଟିସନ୍‍ ଦାଖଲ କରିଛି । ରବିବାର ପୂର୍ବାହ୍ନ ୧୧ଟା ୩୦ରେ ମାମଲାର ଶୁଣାଣି ଆରମ୍ଭ ହୋଇଛି । ତେଣୁ ସୁପ୍ରିମ୍‍କୋର୍ଟରେ ସମସ୍ତ ପକ୍ଷର ଓକିଲ ଉପସ୍ଥିତ ଅଛନ୍ତି । ୩ଜଣିଆ ଖଣ୍ଡପୀଠରେ ଶୁଣାଣି ଜାରି ରହିଛି । ଶୁଣାଣିବେଳେ ବିଜେପି ଦଳର ପକ୍ଷ ରଖୁଥିବା ମୁକୁଲ ରୋହତଗୀ କହିଛନ୍ତି ଯେ, ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବଦଳାଯାଇ ପାରିବ ନାହିଁ । ସେହିପରି ଅନ୍ୟ ଦଳର ପକ୍ଷର ରଖୁଥିବା ଓକିଲମାନେ ବିଭିନ୍ନ ଯୁକ୍ତି ଉପସ୍ଥାପନ କରୁଛନ୍ତି । ତେଣୁ ଏହି ପିଟିସନ୍‍ ରେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବେଆଇନ ଦର୍ଶାଯାଇଛି । ଫଡ୍‍ନାଭିସ୍‍ଙ୍କୁ ୨୪ ଘଣ୍ଟା ମଧ୍ୟରେ ବହୁ ମତ ସାବ୍ୟସ୍ତ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି । ତେଣୁ ସମସ୍ତଙ୍କ ନଜର ରହିଛି ସୁପ୍ରିମ୍‍କୋର୍ଟଙ୍କ ରାୟ ଉପରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ