ନବୋଦୟରେ ୨୯ତମ ଶ୍ରୀଗଣେଶ ମହୋତ୍ସବ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନବୋଦୟ ଯୁବ ସଂଗଠନ, ୟୁନିଟ୍-୧, ଭୁବନେଶ୍ୱର ଦୀର୍ଘ ୩୫ ବର୍ଷ ଧରି ଏକ ଅଗ୍ରଣୀ ଅନୁଷ୍ଠାନ ଭବେ କାର୍ଯ୍ୟ କରି ଆସୁଅଛି । ୩ ଦଶନ୍ଧି ଧର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରିଆସୁଅଛି । ବୃକ୍ଷରୋପଣ, ଏଡ୍ସ ସଚେତନତା କାର୍ଯ୍ୟକ୍ରମ, ନବୋଦୟ ଆମ୍ବୁଲାନ୍ସ ସେବା, ଅସହାୟ ଦୁର୍ଘଟଣାଗସ୍ତ ପଶୁମାନଙ୍କ ଚିକିତ୍ସା, ବିଭିନ୍ନ କ୍ରିଡ଼ା କଳାଭିତ୍ତିକ ପ୍ରତିଯୋଗିତା ସହ ପ୍ରଭୁ ବିଘ୍ନ ବିନାଶକଙ୍କ ଆବାହନ ବହୁ ଆଡମ୍ବର ସହ କରି ଆସୁଛି । ପୃଥିବୀ କରୋନାର କରାଳ ରୂପ ଯୋଗୁ ୨ ବର୍ଷ ନିରାଡ଼ମ୍ବର ମହୋତ୍ସବ ପାଳନ ହୋଇ ଆସୁଥିଲା । କିନ୍ତୁ ପୂର୍ବ ବର୍ଷ ଗୁଡ଼ିକ ଭଳି ଚଳିତ ବର୍ଷ ଗଣେଶ ପୂଜା ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଉଅଛି । ଶ୍ରୀଗଣେଶ ମହୋତ୍ସବରେ ତା ୦୩.୦୯ରୁ ୦୫.୦୯.୨୦୨୨ରିଖ ତିିନିଦିନ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଭୁ ଗଜାନନ ଧରାବରଣ କରି ପାର୍ବଣ ପ୍ରାରମ୍ଭରେ ସାରା ବିଶ୍ୱକୁ ସୁଖ ଶାନ୍ତି ପ୍ରଦାନ କରିବା ନିମନ୍ତେ ପ୍ରାର୍ଥନା କରାଯିବାକୁ ସଂଗଠନର ସାଧାରଣ ସମ୍ପାଦକ ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଅନୁରୋଧ କରିଛନ୍ତି ।


