ଶ୍ରୀଗଣେଶ ଅଡ଼ିଓ ସିଡ଼ି ପ୍ରସ୍ତୁତ ଓ ଭିଡ଼ିଓ ସିଡ଼ି ପ୍ରସ୍ତୁତି ପଥେ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସାଇ ସାଗର କ୍ରିଏସନ ପକ୍ଷରୁ ଶ୍ରୀଗଣେଶ ପୂଜା ଉପଲକ୍ଷେ ସର୍ବବିଘ୍ନ ବିନାଶକ ଶ୍ରୀଗଣେଶଙ୍କୁ ନେଇ ଏକ ଅଡିଓ ସିଡ଼ି ପ୍ରସ୍ତୁତ ହୋଇସାରିଛି । ଏହି ଅଡିଓ ସିଡ଼ିରେ ଶ୍ରୀଗଣେଶଙ୍କ ଉଦ୍ଦେଶ୍ୟରେ ସ୍ଥାନ ପାଇଥିବା ଗୀତ ରଚନା କରିଛନ୍ତି ବିଶିଷ୍ଟ କବି ଡଃ ଦିଲ୍ଲୀପ ଶ୍ରୀଚନ୍ଦନ । ନିର୍ଦ୍ଦେଶନା ଦେଇଛନ୍ତି ପ୍ରସନ୍ନ କୁମାର ଉପାଧ୍ୟାୟ । ସେହିପରି କଣ୍ଠଦାନ କରିଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରତିଭା ଦାସ ଓ ଶିଶୁ କଣ୍ଠଶିଳ୍ପୀ କୁନ୍ମୁନ୍ । ଏହାର ଆରେଞ୍ଜର ଥିଲେ ରମେଶ ଚନ୍ଦ୍ର ବେହେରା ଓ ରିଦିମ ଆଲୋକ । ଡବିଂ, ମିକ୍ସିଂ ଓ ମାଷ୍ଟରିଙ୍ଗ କରିଛନ୍ତି ସୋମେଶ ଶତପଥୀ । ଏହା ନିଳାଦ୍ରୀ ବିହାରସ୍ଥିତ ଷ୍ଟୁଡିଓ ସୋମେଶରେ ପ୍ରସ୍ତୁତି ହୋଇଛି । ଗୀତଟି ଛାତ୍ରଛାତ୍ରୀଙ୍କ ଠାରୁ ବୟସ୍କ ବ୍ୟକ୍ତିମାନଙ୍କ ହୃଦୟକୁ ଛୁଇଁବ ବୋଲି ଏହି ସୁଟିଂ ଅବସରରେ ଅତିଥି ରୂପେ ଯୋଗଦେଇ ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ଯୁବ ସମାଜସେବୀ ସାହେବ ପତି ପ୍ରମୁଖ ମତବ୍ୟକ୍ତ କରିଥିଲେ । ଏହାର ସୁଟିଂ କାର୍ଯ୍ୟକ୍ରମ ଯଥାଶୀଘ୍ର ଆରମ୍ଭ ହୋଇ ଏକ ଅଧଘଣ୍ଟିଆ ଡକୁ ଡ୍ରାମା ପ୍ରସ୍ତୁତ କରାଯିବ ବୋଲି ସାଇ କ୍ରିଏସନର ମୁଖ୍ୟ ପ୍ରସନ୍ନ କୁମାର ଉପାଧ୍ୟାୟ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ।