ନୂତନ ଛାତ୍ର ପ୍ରତିନିଧିଙ୍କଶପଥ ଗ୍ରହଣଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଡି,ଏ.ଭି ପବ୍ଲିକସ୍କୁଲ କଳିଙ୍ଗ ନଗରଠାରେ ନୂତନ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍ କମଧ୍ୟରେ ଉତ୍ତମ ସମନ୍ୱୟରକ୍ଷା, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱନେବାର ଲକ୍ଷ୍ୟନେଇ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଗଠିତ ଆକାଶ, ଅଗ୍ନି, ପୃଥିବୀ ଓ ତେଜସ୍ ନାମକ ଚାରି ସଦନର ପୂର୍ବତନ ସଦସ୍ୟମାନେ ନୂତନ ସଦସ୍ୟମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଉତ୍ସବରେ ୧୯୯୩ବ୍ୟାଚ୍‌ ଭାରତୀୟ ବାୟୁସେନାର କମିସନ୍‌ଡ ଅଫିସର ତଥା୧-ଓଡ଼ିଶା- ଏନ୍‌.ସି.ସି ବ୍ୟାଟେଲିଅନର କମାଣ୍ଡିଙ୍ଗ ଅଫିସର ଗ୍ରୁପ୍‌କ୍ୟାପଟେନ୍‌ ସାକେତ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନିର୍ଦ୍ଧାରଣ ହିଁ ନେତ୍‌ୃତ୍ୱ ଗୁଣବତ୍ତାର ବିକାଶ ସାଧନରେ ସହାୟକ ହେବ ବୋଲି ମତବ୍ୟକ୍ତ କରିବା ସହ ଦୃଢ ମନୋବଳ ପୋଷଣ କରି ନିଷ୍ଠାପର ଭାବରେ କର୍ତ୍ତବ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ବିପିନ୍‌ କୁମାର ସାହୁନବ ନିର୍ବାଚିତ କ୍ୟାବିନେଟ୍‌ ସଦସ୍ୟମାନଙ୍କୁ ପଦ ଓ ଦାୟିତ୍ୱ ବୋଧର ଶପଥ ପାଠ କରାଇଥିଲେ । ବିଦ୍ୟାଳୟ ପରିଚାଳନାକମିଟିର ଚେୟାରମ୍ୟାନ୍‌ ମଦନ ମୋହନ ପଣ୍ଡା, ଡି.ଏ.ଭି ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର କେଶବ ଚନ୍ଦ୍ର ଶତପଥୀ, ସହ ନିର୍ଦ୍ଦେଶିକା ମ୍ୟାଡମ ସୁଜାତା, ବିଦ୍ୟାଳୟର ମ୍ୟାନେଜର ଡକ୍ଟର ଭାଗ୍ୟବତୀ ନାୟକ, ଡି.ଏ.ଭି ଚନ୍ଦ୍ରଶେଖରପୁରର ଭାଇସ୍‌ଚେୟାରମ୍ୟାନ ଶରତ ଚନ୍ଦ୍ରମିଶ୍ର ତଥା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା ଇନ୍ଦିରା ଭଟ୍ଟାଚାର୍ଯ୍ୟ, ଡି.ଏ.ଭି ୟୁନିଟ୍ ୮ ର ଅଧ୍ୟକ୍ଷା ଈପସିତା ଦାଶ ପ୍ରମୁଖ ଉପସ୍ଥିତ ରହି ନବ ନିର୍ବାଚିତ କ୍ୟାବିନେଟ ସଦସ୍ୟମାନଙ୍କୁ ନିଷ୍ଠାପର ଭାବେ ଦାୟିତ୍ୱ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯିବାସହ ପୁରାତନ ଛାତ୍ର ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯର୍୍ୟକ୍ରମ ଶେଷରେ ସଦନର ସଂଯୋଜକ ପ୍ରଶାନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ପର୍ଯ୍ୟବେକ୍ଷକ ପର୍ଯ୍ୟବେକ୍ଷିକା ଏବଂ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୂଚାରୁରୂପେ ସମ୍ପାଦିତ ହେବା ସହୟୁଟ୍ୱୁବ୍‌ ମାଧ୍ୟମରେ ଏହାର ସିଧାପ୍ରସାରଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ