ସାପ କାମୁଡ଼ାରେ ବିବାହିତା ମହିଳାଙ୍କ ମୃତ୍ୟୁ
ଗଜପତି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ ସାପ କାମୁଡ଼ାରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ଘଟଣାଟି ରାୟଗଡ ବ୍ଲକର ଅଡ଼ାଙ୍ଗ ଗ୍ରାମରେ ଘଟିଥିବା ଜଣାଯାଇଛି. ଆଡାଙ୍ଗର ଗୌରଙ୍ଗ ଶବରଙ୍କ ସ୍ତ୍ରୀ ରେବତୀ ଶବର ରାତିରେ ଶୋଇଥିବା ସମୟରେ କୌଣସି ବିଷଧର ସାପ କାମୁଡି ଦେଇଥିଲା. ଅତ୍ୟନ୍ତ ଗୁରୁତର ଅବସ୍ଥାରେ ପରିବାର ଲୋକେ ସକାଳୁ ରେବତୀଙ୍କୁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ. ହେଲେ ଡାକ୍ତର ଚିକିତ୍ସା କରିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ଦ୍ଵାୟିତ୍ବରେ ଥିବା ଡାକ୍ତର ଘୋଷଣା କରିଥିଲେ. ଘଟଣା ନେଇ ଗଜପତି ଜିଲ୍ଲା ଗାରାବନ୍ଧ ଥାନାରେ ଏକ ମୋକଦମା ରୁଜୁ ହୋଇଛି.


