ଅଜଣା ଗାଡି ଧକ୍କାରେ ଜଣେ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କୌଣସି ଏକ ଅଜଣା ଗାଡି ଧକ୍କାରେ ରାୟଗଡ ବ୍ଲକରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି. ଏହି ଘଟଣା ନେଇ ଅଞ୍ଚଳବାସୀ ଉତ୍ୟକ୍ଷ ହୋଇ ରାସ୍ତା ଅବରୋଧ କରିଥିଲେ. ଘଟଣାରୁ ପ୍ରକାଶ ରାୟଗଡ ବ୍ଲକର ପେଗଡ଼ା ଗ୍ରାମ ନିକଟରେ କୌଣସି ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇ ପଡ଼ିଥିଲେ. ଗୁରୁତର ହୋଇଥିବା ବ୍ୟକ୍ତି ଜଣକ ହେଲେ ପେଗଡା ଗ୍ରାମର ନବକୃଷ୍ଣ ଭୂୟାଁ. ଘଟଣା ନେଇ ଗ୍ରାମବାସୀ ଉତ୍ୟକ୍ତ ହୋଇ ପାରଳାଖେମୁଣ୍ଡି ଠାରୁ ମୋହନା ଯାଉଥିବା ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ. ଦୀର୍ଘ ସମୟ ଅବରୋଧ ପରେ ରାୟଗଡ ପୋଲିସ ଏବଂ ରାୟଗଡ ବ୍ଲକ ଉପାଧ୍ୟକ୍ଷ ଜ୍ୟୋତିପ୍ରକାଶ ପାଣି ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା. ଗୁରୁତର ଆହତ ନବକୃଷ୍ଣ ଭୂୟାଁଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି.


