ଇନୋଭେଟିଭ ଏଜୁକେଶନ ପକ୍ଷରୁ ଗୁରୁ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଇନୋଭେଟିଭ ଏଜୁକେଶନ ପକ୍ଷରୁ ସ୍ଥାନୀୟ ଭାରତୀ ସେଲିବ୍ରେସନ ପରିସର ରେ ଗୁରୁଦିବସ ମହା ଆଡ଼ମ୍ଭର ସହକାରେ ପାଳିତ ହୋଇଯାଇଛି l ଏଥିରେ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଟିପିଏସଓଡ଼ିଏଲ ର ସହକାରୀ ଯନ୍ତ୍ରୀ ଇଂ ରାଜ କିଶୋର ବଲ୍ଲଭ ଓ ମହିଳା ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷା ସୁଜାତା ପଟ୍ଟନାୟକ, ଇନୋଭେଟିଭ ଏଜୁକେଶନ ର ପ୍ରତିଷ୍ଠାତା ନିଖିଳା ପ୍ରଭା ମିଶ୍ର ଓ ବିଷ୍ଣୁ ପ୍ରସାଦ ଦାଶ ଯୋଗ ଦେଇ ଉକ୍ତ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ଇନୋଭେଟିଭ ଏଜୁକେଶନର ଚଳିତ ବର୍ଷ ଯୁକ୍ତ ଦୁଇ କଳା ବିଭାଗରେ ଅଧିକ ମାର୍କ ରଖି କୃତିତ୍ୱ ହାସଲ କରିଥିବା ପାୟଲ ସାହୁ ଓ ଆର. ଲଛମି ରେଡ୍ଡୀ ଙ୍କୁ ଉପଢୌକନ ସହିତ ପୁଷ୍ପଗୁଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ପରମ୍ଭରେ ସମସ୍ତ ଅତିଥି ମାନଙ୍କ ଦ୍ୱାରା ସର୍ବପଲ୍ଲୀ ରାଧା କ୍ରିଷ୍ଣା ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମ କୁ ଇନୋଭେଟିଭ ଏଜୁକେଶନ ର ପୁରାତନ ଛାତ୍ର ରାଜା ପରିଡା ପରିଚାଳନା କରିଥିବା ବେଳେ ବହୁ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ