ଶିକ୍ଷକ ସଂଘ ଦ୍ୱାରା ଗୁରୁ ଦିବସ ସହ ବିଦାୟକାଳିନ ସମ୍ବର୍ଦ୍ଧନା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ବାଲିଗୁଡା ଦ୍ୱାରା ସ୍ଥାନିୟ ବନବାସୀ ସେବା ସମିତି ପରିସରରେ ଗୁରୁଦିବସ ସହ ବିଦାୟକାଳିନ ସମ୍ବର୍ଦ୍ଦନା ସଭା ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଟି ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ,ସମ୍ମାନିତ ଅତିଥି ଭାବେ ବଳିରାମ ବେହେରା,ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ସୋମ୍ୟ ରଂଜନ ଦାସ ଓ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସମ୍ପାଦକ ଦୈତାରି ପରିଡା ପ୍ରମୁଖ ମଂଚାସିନ ଥିଲେ ।ଏଥିରେ ସମାଜରେ ଗୁରୁଙ୍କ ଭୁମିକା କଣ ଓ ଗୁରୁମାନଙ୍କ ଦ୍ୱାରା ସମାଜ ପରିବର୍ତନ ଆଦି ଉପରେ ଆଲୋଚନା କରାଯାଇଥିଲା ,ଅବସରର ପାଇଥିବା ୩୯ଜଣ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଦନା କରାଯାଇଥିଲା ।ପଦ୍ମ ଲୋଚନ ପଣ୍ଡା ସଭାକୁ ପରିଚାଳନା କରିଥିଲେ ।ବ୍ଲକର ଶିକ୍ଷକ ସଂଘର କୋଣଅଣୁକୋଣରୁ ଶିକ୍ଷକଶିକ୍ଷୟତ୍ରୀମାନ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ