ଦିଗପହଣ୍ଡିରେ ବିଜେଡି କୁ ବିଭାଜିତ ପାଇଁ ଉଦ୍ୟମ ସଫଳ ହେବନାହିଁ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକରେ ବିଜେଡି ଏକଜୁଟ ରହିଛି।ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସାମୟିକ ଭାବେ ଅସୁସ୍ଥ ଥିଲେ ମଧ୍ୟ ତାଙ୍କରି ନିର୍ଦ୍ଦେଶରେ ଦଳ କାମ କରୁଛି।ଦଳରେ କୌଣସି ବିଭେଦ ନାହିଁ।କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଙ୍କ ହାତରୁ କ୍ଷମତା ଚାଲିଯିବା ପରେ ସେ ଔଷଧ ବିକଳରେ ତାଟିଆ କାମୁଡିବା ନ୍ୟାୟ ରେ ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ବିଭାଜିତ ପାଇଁ ଉଦ୍ୟମ ଚଳାଇଛନ୍ତି।ସେଥିରେ ସେ ଆଦୌ ସଫଳ ହେବେ ନାହିଁ।ବିଜେଡ଼ି ଦଳ ରେ ବିଶୃଙ୍ଖଳା ସୃଷ୍ଟି କାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବହୁ ସଂଖ୍ୟକ ସରପଞ୍ଚ ସମିତି ସଭ୍ୟ ଓ ଜିଲା ପରିଷଦ ସଦସ୍ୟ ପ୍ରକାଶ କରିଛନ୍ତି।  ସୋମବାର  ଦିଗପହଣ୍ଡି ପାଣି ପଞ୍ଚାୟତ କାର୍ଯ୍ଯାଳୟରେ ବ୍ଲକ ବିଜେଡ଼ି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଏଭଳି ଦୃଢୋକ୍ତି ପ୍ରକାଶ କରାଯାଇଛି।ଦିଗପହଣ୍ଡିରେ ବିରୋଧୀ ଦଳ ମାନଙ୍କର କୌଣସି ସତ୍ତା ନଥିବା ଯୋଗୁଁ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳର ପ୍ରାର୍ଥୀଙ୍କ ମଧ୍ୟରେ ହିଁ ବନ୍ଧୁତ୍ବପୂର୍ଣ୍ଣ ପ୍ରତିଦ୍ବନ୍ଦିତା ହୋଇଥିଲା।କିନ୍ତୁ ନିର୍ବାଚନ ପରେ ଉଭୟ ବିଜୟୀ ଏବଂ ପରାଜିତ ପ୍ରାର୍ଥୀମାନେ ସୂର୍ଯ୍ୟ ପାତ୍ରଙ୍କ ପ୍ରତି ଦୃଢ ଆସ୍ଥା ପ୍ରକଟ କରି ବର୍ତ୍ତମାନ ପୁଣି ଦଳରେ ରହିଛନ୍ତି।ବିଜେଡି ବ୍ଲକ ସଭାପତି ବିଭୂତି ଭୂଷଣ ମହାପାତ୍ରଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଉନ୍ନୟନ ମୂଳକ କାର୍ଯ୍ୟକୁ ଆଗେଇ ନେବାପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ ଲୋଡା ଯାଇଥିଲା।ତେବେ ହାତଗଣତି କିଛି ନେତା ଦଳରେ ବିଭ୍ରାନ୍ତି ସୃଷ୍ଟି କରୁଥିବା ଯୋଗୁଁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜକର ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ପ୍ରଧାନ ସୂଚନା ଦେଇଥିଲେ।ଏଥିରେ ବ୍ଲକ ଅଧ୍ଯକ୍ଷା ସୁନିତା ସେଠୀ, ବିଜେଡି ଜିଲ୍ଲା ସମ୍ପାଦକ ବି.କ୍ରିଷ୍ଣାରାଓ ସୁବୁଦ୍ଧି, ଉପସଭାପତି ଏମ୍ ନିରଞ୍ଜନ ରେଡି, ଯୁବନେତା ଚିତ୍ରସେନ ଗୌଡ, ପୂର
ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣଚନ୍ଦ୍ର ସେଠୀ, ସରପଞ୍ଚ ଫଣିନ୍ଦ୍ର ଗୋସ୍ୱାମୀ, ମନୋରଞ୍ଜନ ଗୌଡ, ରଞ୍ଜନ କୁମାର ସାହୁ, ଗାୟତ୍ରୀ ବ୍ରହ୍ମା, ଉପାଧ୍ଯକ୍ଷା ପ୍ରତିନିଧି ନକୁଳ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ରାଧାକାନ୍ତ ମାହାଙ୍କୁଡ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଦଳୀୟ ଏକଜୁଟ ପ୍ରଦର୍ଶନ କରିବାକୁ ଯାଇ ୪୦ରୁ ଉର୍ଦ୍ଧ୍ବ ପ୍ରତିନିଧିଙ୍କୁ ଏହି ସମ୍ମିଳନୀରେ ହାଜର କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ