ଗଡ୍ରମା ଓ କଟାମା ମୂଖ୍ୟ ରାସ୍ତା ରେ ବିରାଟ ବଡ଼ ଖାଲ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ର ଉପାନ୍ତ ଅଞ୍ଚଳରେ ବିକାଶ ପାଇଁ ସରକାର ବହୁ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟଳୟ ର ରକ୍ଷଣ ବିକ୍ଷଣ ଅଭାବ ରୁ ବହୁ ରାସ୍ତା ଏବେ ମରଣ ଯନ୍ତା ପାଲଟିଛି ଯାହା ଦ୍ୱାରା ନିରୀହ ଜୀବନ ଚାଲି ଯାଉଛି କଟାମା ଠାରୁ ଗର୍ଡମା କୁ ସଂଯୋଗ କରୁଥିବା ପ୍ରଧାମନ୍ତ୍ରୀ ସଡ଼କ ମାଙ୍କାଡ଼ା ପଟା ଗ୍ରାମ ନିକଟରେ କଳ୍ଭଟ ନିକଟରେ ବିରାଟ ବଡ଼ ଖାଲ ସୃଷ୍ଟି ହୋଇଛି ମଝି ରାସ୍ତା ରେ ଯାହା ଦ୍ୱାରା ଯାତାୟାତ ରେ ବାଧା ସୃଷ୍ଟି ହୋଇଛି ସ୍ତାନିୟ ଲୋକେ ପ୍ରଶାସନ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ ନ କରିବାରୁ ଏକ କାଟ ସେଠାରେ ଥୁଇ ଛନ୍ତି ଲୋକ ଙ୍କ ଜୀବନ ବଞ୍ଚାଇବା ପାଇଁ ତୁରନ୍ତ ରାସ୍ତା ନିର୍ମାଣ କରିବା ସହ ବିଭାଗୀୟ ଅଧିକାରୀ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଂଚଳ ବାସୀ ଦାବୀ କରିଛନ୍ତି