ଛତ୍ରପୁର ନୃତ୍ୟ ନିର୍ଦ୍ଦେଶକ ସଂଘର ତୃତୀୟ ବାର୍ଷିକ ଉତ୍ସବ ପାଳନ
ଛତ୍ରପୁର : ଜିଲ୍ଲା ସଂସ୍କୃତି ଭବନ ପରିସରରେ ଛତ୍ରପୁରର ନୃତ୍ୟ ନିର୍ଦ୍ଦେଶକ ସଂଘର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀ ଭାବେ ଦାସକାଠିଆ ଗାୟକ ଗୁରୁ ନବଘନ ମହାରଣା ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥୀ ଭାବେ ବିଶିଷ୍ଠ ସଂଗୀତଜ୍ଞ ପ୍ରଫୁଲ ଚନ୍ଦ୍ର ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ସଂଘ ସମସ୍ତ ନୃତ୍ୟ ସଂଗଠନର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଓଡିଶୀ, ଆଧୁନିକ ଏବଂ ସମ୍ବଲପୁରୀ ନାଚ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଘ ପ୍ରଶାନ୍ତ କୁମାର ପଟ୍ଟନାୟକ, ଅମୂଲ୍ୟ ବାଙ୍ଗାରୀ, ପୂର୍ଣ୍ଣଜଂୟ ଜେନା , ମଧୁସ୍ମିତା ପଟ୍ଟନାୟକ, ଜୀବନ କୁମାର ମହାରଣା ପ୍ରମୁଖ ସଂଯୋଜନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଶିବାନୀ ସ୍ୱାଇଁ ଓ ଜିତୁରାଜ ବେହେରା ପରିଚାଳନା କରିଥିବା ବେଳେ ଏମ୍.ରବିନ୍ଦ୍ର ରେଡ୍ଡୀ, ଗୈାତମ ନାୟକ, ସାର୍ଥକ ପ୍ରମୁଖ ସହଯୋଗ କରିଥିଲେ ।


